ରାସ୍ତା ତଳକୁ ଖସି ଘର ଉପରେ ଓଲଟିଲା ଟ୍ରକ୍: ଜଣେ ଆହତ

ଭୁବନେଶ୍ବର : ଶୁକ୍ରବାର ଭୋର୍‌ ପ୍ରାୟ ୫ଟା ବେଳେ ୧୬ନମ୍ବର ଜାତୀୟ ରାଜପଥ ବାଣୀବିହାର-ରସୁଲଗଡ଼ ରାସ୍ତା ତଳକୁ ଏକ ମୋରମ ବୋଝେଇ ଟ୍ରକ୍ ଖସି ପଡ଼ିଛି। ଟ୍ରକ୍‌ଟି ଖସି ପଡ଼ିବା ପରେ ଗୋଟିଏ ଘର ଉପରେ ମାଡ଼ି ପଡ଼ିବାରୁ ଘରଟି ଭାଙ୍ଗି ଚୂର୍‌ମାର ହୋଇଯାଇଛି। ତେବେ ସୌଭାଗ୍ୟକୁ ଘର ଭିତରେ କେହି ନଥିବାରୁ କୌଣସି ଜୀବନହାନି ହୋଇନାହିଁ ଓ ଏକ ବଡ଼ଧରଣର ଅଘଟଣରୁ ବସ୍ତିବାସିନ୍ଦାମାନେ ବର୍ତ୍ତି ଯାଇଛନ୍ତି। ତେବେ ଏକ ଗଛ ଭାଙ୍ଗି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ଫେରାର୍‌ ହୋଇ ଯାଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ସେହି ରାସ୍ତାରେ ଠିକ୍‌ ସେହି ସ୍ଥାନରେ ଏକ ଟ୍ରକ୍‌ର ଚେସିସ୍ ଭାଙ୍ଗି ଯାଇଥିଲା। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଟ୍ରକ୍‌ଟି ରାସ୍ତା ଉପରେ ଅଟକି ଯାଇଥିଲା।

ସମ୍ବନ୍ଧିତ ଖବର