ବିନା ଚାଳକରେ ଗଡ଼ିଲା ଟ୍ରକ

ଭୁବନେଶ୍ୱର ବାଣୀବିହାର-ଆଚାର୍ଯ୍ୟବିହାର ଫ୍ଲାଏ ଓଭର ରାସ୍ତା କଡ଼ରେ ଛିଡା ହୋଇଥିଲା ଏକ ଟ୍ରକ୍‌। ପଛରୁ ଆଉ ଏକ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଲା। ଧକ୍କା ଦେଇଥିବା ଟ୍ରକ୍‌ର ବେଗ ଏତେ ଥିଲା ଯେ ଧକ୍କା ଖାଇଥିବା ଟ୍ରକ୍‌ଟି ବିନା ଚଳକରେ ୩୦୦ ମିଟର ଗଡ଼ିଲା,ଫ୍ଲାଏ ଓଭର ଉପରକୁ ଟିକେ ଉଠି ପୁଣି ଖସିଲା। ବିନା ଚଳକରେ ଗାଡ଼ିଟି ଗଡୁଥିବାରୁ ସେଇ ରାସ୍ତା ଦେଇଯାଉଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଆଜି ରାତିରେ ଘଟିଛି। ଧକ୍କା ଦେଇଥିବା ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଟ୍ରାଫିକ ସ୍ୱାଭାବିକ କରିବା ସହ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଜବତ କରିଛି।

ସମ୍ବନ୍ଧିତ ଖବର