ତୁ ପ୍ୟାର୍‌ କା ସାଗର ହୈ…

ଭୁବନେଶ୍ବର: ‘ପୁଛୋ ନା କୈସେ..’, ‘ଦୂର ହେ କିନାରା’, ଜବ୍‌ ଦୀପ୍‌ ଜଲେ ଆନା…, ତୁ ପ୍ୟାର‌୍‌ କା ସାଗର‌୍‌ ହୈ…, ‘ମଧୁବନ ଖୁସ୍‌ବୁ ଦେତା ହେ…, ‘ଏ ମେରି ଜୋହର ଯବିନ୍‌.., ‘ଗୋରୀ ତେରା ଗାଓଁ ବଡ଼ା ପ୍ୟାରା…, ‘କଫି ହାଉସ୍‌ ଆଦି ବଲିଉଡ୍‌‌ର ଚିରସବୁଜ ପୁରୁଣା ଗୀତ ସମ୍ମୋହିତ କରିଥିଲା ଶ୍ରୋତା ସମାଜକୁ। ଶୀତୁଆ ସନ୍ଧ୍ୟାରେ ପୁରୁଣା ବଲିଉଡ୍‌ ଗୀତ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମାଦକତା ଭରୁଥିଲା। ଅବସର ଥିଲା ‘ସୁଷମା ସଙ୍ଗୀତ ସଦନ’ ପକ୍ଷରୁ ମାନ୍ନା ଦେଙ୍କ ସ୍ମୃତିରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ‘ତୁ ପ୍ୟାର‌୍‌ କା ସାଗର ହୈ…’ର। ଏଥିରେ ସମାଜେସେବୀ ଜଗନ୍ନାଥ ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ବରିଷ୍ଠ ପ୍ରଶାସକ ଅଶୋକ ତ୍ରିପାଠୀ ଓ ରୋଟାରିୟାନ୍‌ ଦିବ୍ୟର˚ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସଦନର ସଂପାଦକ ଲକ୍ଷ୍ମୀକାନ୍ତ ପାଲିତ୍‌, ସଭାପତି ଡି.କେ ରାୟ ଓ ଉପସଭାପତି ଅଶ୍ବିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।। ୨୫ରୁ ଅଧିକ ପୁରୁଣା ହିନ୍ଦୀ ଗୀତକୁ ସୁରରେ ସଜାଇଥିଲେ ରଣଦୀପ୍‌ ପାଲିତ୍‌, ବନ୍ଦିଶ୍‌ ପାଲିତ୍‌ ଓ ନନ୍ଦିନୀ ମହାନ୍ତି ପ୍ରମୁଖ। କାର୍ଯ୍ୟକ୍ରମରେ ତବଲାରେ ପ୍ରେମ ଶଙ୍କର, କି-ବୋର୍ଡରୋ ଦେବାଶିଷ, ଅଜୟ, ଜୁମ୍ବେ ତ୍ରିପଲ୍‌ରେ ଅବନୀକାନ୍ତ, ଗିଟାର‌୍‌ରେ ଭାବାତୋଷ ପ୍ରମୁଖ ସହଯୋଗ କରିଥିଲେ। ଗୁଲସନ୍‌ ନଦିମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର