ଭୁବନେଶ୍ୱର : ଗାଳ୍ପିକ ତୁଷାରକାନ୍ତି ପଣ୍ଡାଙ୍କ ଲିଖିତ ‘ସମ୍ପର୍କର ରଙ୍ଗ’ ଓ ‘ନୀଷ୍ଟନୀଡ଼ର ଇତିବୃତ୍ତି’ ପୁସ୍ତକର ଲୋକାର୍ପଣ ଉତ୍ସବ ରାଜ୍ୟ ସମବାୟ ବ୍ୟାଙ୍କ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ସାତକଡ଼ି ହୋତା ଯୋଗ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥି, ଦେବପ୍ରସାଦ ଦାଶ ଅନ୍ୟତମ ସମ୍ମାନିତ ଅତିଥି ଓ ଡ. ସୁଲୋଚନା ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଗାଳ୍ପିକ ଶ୍ରୀ ପଣ୍ଡା ଅତି ସାଧାରଣ କଥାକୁ ବେଶ୍ ଚମତ୍କାର ଢଙ୍ଗରେ ଗପ ଜରିଆରେ କହିଛନ୍ତି ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ। ପାଠକ ଗପଗୁଡ଼ିକୁ ପଢ଼ିବା ବେଳେ କେଉଁଠି ନା କେଉଁଠି ନିଜକୁ ଅନୁଭବ କରିପାରିବେ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ। ଗାଳ୍ପିକ ଶ୍ରୀ ପଣ୍ଡା ଗଳ୍ପକୁ ନେଇ ନିଜର ଅନୁଭବ ବଖାଣି ଥିଲେ। ମହାବୀର ପ୍ରକାଶନ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଛି। ପ୍ରକାଶକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ପୀତବାସ ରାଉତରାୟ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଉତ୍ସବ ପ୍ରାରମ୍ଭରେ ଦାମୋଦର ସେନାପତି ଓ ଅମିତାପ୍ରଭା ସ୍ୱାଇଁ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ତାରେଶ୍ୱର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।
ତୁଷାରକାନ୍ତି ପଣ୍ଡାଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ
/sambad/media/post_attachments/wp-content/uploads/2018/01/book.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)