ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୮ରୁ ଆଉଟରିଚ୍ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଆଙ୍କରିଂ ଟ୍ରେନିଂ କ୍ୟାମ୍ପ। ଏହି କାର୍ଯ୍ୟକ୍ରମରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ଆର୍ଜେଇଂ, ଲାଇଭ ରିପୋର୍ଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙ୍କରିଂ ଆଦି ବିଷୟରେ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି। ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନ୍ ପରିଦର୍ଶନରେ ନିଆଯିବା ସହ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ।

Advertisment

ଏହି କ୍ୟାମ୍ପରେ ଭାରତୀୟ ଜନ ସଂଚାର ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ବିବିସିର ସମ୍ବାଦଦାତା ସନ୍ଦୀପ ସାହୁ, ନ୍ୟାସନାଲ ଏକାଡେମୀ ଅଫ୍ ବ୍ରଡକାଷ୍ଟିଂ ଓ ମଲ୍ଟିମିଡିଆର କାର୍ଯ୍ୟକ୍ରମ ନିଷ୍ପାଦକ ଅଶୋକ ପାଣିଗ୍ରାହୀ, ରେଡିଓ ଚକଲେଟ୍‌ର ପ୍ରୋଗ୍ରାମିଂ ହେଡ୍ ସଂଗ୍ରାମ ମିଶ୍ର, ରେଡ୍ ଏଫ୍ଏମ୍‌ର ପ୍ରୋଗ୍ରାମିଂ ହେଡ୍ ପ୍ରିୟଦର୍ଶୀ ମହାନ୍ତି, ବରିଷ୍ଠ ଟିଭି ନ୍ୟୁଜ୍ ଉପସ୍ଥାପକ ଭବାନୀ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶିଶିର ଭଟ୍ଟମିଶ୍ର, ପ୍ରସାରଭାରତୀର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡା, ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀଙ୍କ ସମେତ ଅନେକ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେବେ। ଏହା ବ୍ୟତୀତ କ୍ୟାମ୍ପରେ ଆର୍‌ଜେ କୋମଲ, ଆର୍‌ଜେ ଗୁଡ୍ଡି, ଆର୍‌ଜେ କେପି, ଆର୍‌ଜେ ଗୌର, ଆର୍‌ଜେ ରାଜୀବ, ଆର୍‌ଜେ ସ୍ମିତା, ନ୍ୟୁଜ ରିଡର ମନୋଜ ମହାପାତ୍ର ଓ ଦୀପକ ପରିଡ଼ା ଯୋଗଦେଇ ଆଙ୍କର ଭାବେ ନିଜର ଅନୁଭବ ସମ୍ପର୍କରେ କହିବେ। ପୂର୍ବରୁ କଲେଜ୍ ଓ ୟୁନିଭର୍ସିଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କ୍ୟାମ୍ପ ଆୟୋଜନ ହେଉଥିବା ବେଳେ ଏଥର ୬ଷ୍ଠରୁ ୧୦ମ ଶ୍ରେଣୀର ସ୍କୁଲ ପିଲାମାନଙ୍କ ପାଇଁ ଜୁନିୟର କ୍ୟାମ୍ପ ମଧ୍ୟ ରଖାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି ମୋବାଇଲ ନମ୍ବର ୭୬୮୩୮୭୦୮୧୩ରେ ଯୋଗାଯୋଗ କରିପାରିବେ।