ନୂଆଦିଲ୍ଲୀ : ବିହାରରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଲଗାତାର ହୋହଲ୍ଲା ଏବଂ ହଟ୍ଟଗୋଳ ଜାରି ରଖିଥିବାରୁ ଆଜି ଦ୍ବାଦଶ ଦିନରେ ବି ଗୃହରେ ଅଚଳାବସ୍ଥା ଜାରି ରହିଛି। ଏହା ଫଳରେ ଉଭୟ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପ୍ରଶ୍ନକାଳ ସମୟରେ କିଛି ପ୍ରଶ୍ନ ଅଣାଯାଇଥିଲା। କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଓମ୍ ବିର୍ଲା ଖୁବ୍ଶୀଘ୍ର ଗୃହ ମୁଲତବୀ ରଖିଥିଲେ। ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଆଜି ଗୃହରେ (ରିଆଡଜଷ୍ଟ୍ମେଣ୍ଟ୍ ଅଫ୍ ରିପ୍ରେଜେଣ୍ଟେସନ୍ ଅଫ୍ ସିଡ୍ୟୁଲ୍ଡ ଟ୍ରାଇବ୍ସ ଆସେମ୍ବ୍ଲି କନଷ୍ଟିଚ୍ୟୁଏନସିଜ୍ ଅଫ୍ ଦି ଷ୍ଟେଟ୍ ଅଫ୍ ଗୋଆ, ୨୦୨୪ ବିଲ୍) ଗୃହୀତ କରାଯାଇଛି। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଅନ୍ୟପକ୍ଷେ ରାଜ୍ୟସଭାରେ ସିଆଇଏସଏଫ୍ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ୍) ଉପସ୍ଥିତିକୁ ନେଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଉପାଧ୍ୟକ୍ଷ ହରିବଂଶଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଗୃହରେ ସିଆଇଏସଏଫ୍ ବାହିନୀ ମୁତୟନ କଥାକୁ ଅଧ୍ୟକ୍ଷ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଖଡ଼ଗେ କହିଛନ୍ତି, ଆନ୍ଦୋଳନ କରିବା ନେଇ ବିରୋଧୀଙ୍କ ଗଣତାନ୍ତ୍ରିକ ଅଧିକାର ପ୍ରତି ଏହା ବିରୁଦ୍ଧାଚରଣ କରୁଛି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଆଜି କଂଗ୍ରେସ ସଭାପତି ଖଡ଼ଗେଙ୍କୁ ସମାଲୋଚନା କରି ସେ ଗୃହକୁ ଲଗାତାର ବିଭ୍ରାନ୍ତ କରୁଥିବା କହିଛନ୍ତି।
ମୌସୁମୀ ଅଧିବେଶନର ଦ୍ବାଦଶ ଦିବସ: ଏସ୍ଆଇଆର୍ ଆଲୋଚନା ଦାବିରେ ଗୃହ ଠପ୍
ବିହାରରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଲଗାତାର ହୋହଲ୍ଲା ଏବଂ ହଟ୍ଟଗୋଳ ଜାରି ରଖିଥିବାରୁ ଆଜି ଦ୍ବାଦଶ ଦିନରେ ବି ଗୃହରେ ଅଚଳାବସ୍ଥା ଜାରି ରହିଛି। ଏହା ଫଳରେ ଉଭୟ...
/sambad/media/media_files/2025/08/06/untitled-5-2025-08-06-06-43-07.jpg)