ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ଥାନା ନିକଟସ୍ଥ ଭୁବନପୁର ଗ୍ରାମରେ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କ ରୋଷେଇ ଘରୁ ୧୨ ପେଟି ଦେଶୀମଦ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଚୋରାମଦ ବ୍ୟବସାୟୀ ବାବୁରାମ ଦାସ (୪୫) କୁ ଗିରଫ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ବାବୁରାମକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ବାବୁରାମ ଜଣେ ପେସାଦାର ଚୋରାମଦ ବ୍ୟବସାୟୀ। ପୂର୍ବରୁ ବାବୁରାମକୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ଓ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ହେଲେ ସେ ଜାମିନରେ ଆସି ପୁଣି ମଦ କାରବାର ଚଳାଉଥିବା ଜଣାପଡ଼ିଛି।
ରୋଷେଇ ଘରୁ ୧୨ ପେଟି ମଦ ଜବତ
/sambad/media/post_attachments/wp-content/uploads/2018/02/The-Wine-Shop-Ambience-Mall-Gurgaon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)