ମହିଳାଙ୍କ କଟାମୁଣ୍ଡ ମାମଲା: ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ

ଭୁବନେଶ୍ବର: ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଜେଏମଏଫସି କୋର୍ଟ । ଶୁକ୍ରବାର କମିସନରେଟ୍ ପୁଲିସ ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହିତ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଯାହାର ବିଚାର କରି ରାୟକୁ ସଂରକ୍ଷିତ ରଖାଯାଇଛି ।

ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମାମଲାର ଛାନଭିନ୍ କରି ଗତକାଲି ସଫଳତା ପାଇଥିଲା କମିସନରେଟ୍ ପୁଲିସ । ଦୀର୍ଘ ୭ ଦିନର ଚେଷ୍ଟା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାପରେ ଘଟଣା ସ୍ଥଳକୁ ନେଇ ପୁଲିସ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା । ଏହାପରେ ମହିଳାଙ୍କ ମୁଣ୍ଡକୁ ମଧ୍ୟ ଖୋଜିପାଇଥିଲା ପୁଲିସ । ଏକ ତ୍ରିକୋଣୀୟ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା ।

ତେବେ ଏହାପରେ ପୁଲିସ ସେମାନଙ୍କୁ ଆଜି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଛି । ରିମାଣ୍ଡରେ ଆଣିବା ପରେ ପୁଲିସ ସେମାନଙ୍କୁ ଅଧିକ ପଚରାଉଚୁରା କରିବ । ଏହି ହତ୍ୟାକାଣ୍ଡ ପଛରେ ଆଉ କେଉଁ କେଉଁ ରହସ୍ୟ ଲୁଚିରହିଛି ସେନେଇ ପୋଲିସ ଅଧିକ ଛାନଭିନ୍ କରିବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର