ହୋଟେଲ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

ଖଣ୍ଡଗିରି : ଜଣେ ହୋଟେଲ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସୌଭାଗ୍ୟନଗରର ଶଶିକାନ୍ତ ସାହୁ ଓ ଓୟୁଏଟି କଲୋନିର ରାଜା ନାଏକ। ସୂଚନାନୁସାରେ ଶିରିପୁର ହାଟରେ ଥିବା ସୁରେଶ ସାହୁଙ୍କ ହୋଟେଲରେ ପ୍ରଶାନ୍ତ ପ୍ରଧାନ କାମ କରନ୍ତି। ଗୁରୁବାର ରାତିରେ ହୋଟେଲ ବନ୍ଦ କରି ସୁରେଶ ଘରକୁ ଯାଇଥିବାବେଳେ ପ୍ରଶାନ୍ତ ଏକୁଟିଆ ଥିଲେ। ରାତି ପ୍ରାୟ ୧୧ଟାବେଳେ ଅଭିଯୁକ୍ତ ରାଜା ଓ ଶଶିକାନ୍ତ ହୋଟେଲରେ ପହଞ୍ଚି ପ୍ରଶାନ୍ତକୁ ରାନ୍ଧିବାକୁ କହିଥିଲେ। କିନ୍ତୁ ପ୍ରଶାନ୍ତ ରାଜି ହୋଇ ନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ପ୍ରଶାନ୍ତଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ। ଖବର ପାଇ ମାଲିକ ସୁରେଶ ହୋଟେଲରେ ପହଞ୍ଚି ଖଣ୍ଡଗିରି ଥାନା ପୁଲିସକୁ ଜଣାଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ପ୍ରଶାନ୍ତଙ୍କ ଚିକିତ୍ସା କରାଇବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର