ଭୁବନେଶ୍ବର : ଶ୍ରମିକଙ୍କୁ ଆକ୍ରମଣ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଗଞ୍ଜାମ କଂସାରୀ ସାହି ଅଞ୍ଚଳର ଅନୀଲ ପରିଡ଼ା(୨୧) ଓ ପ୍ରୟାସ ମହାନ୍ତି(୨୭)। ସୂଚନା ମୁତାବକ, ସୋମବାର ସକାଳ ପାଖାପାଖି ୮ଟାରେ ସୁକାନ୍ତ ବେହେରା ନାମକ ଜଣେ ଶ୍ରମିକ କାମ ପାଇଁ ଲେବର ଷ୍ଟାଣ୍ଡରେ ଠିଆ ହୋଇଥିଲେ। ଏହି ସମୟରେ ଅନୀଲ ଓ ପ୍ରୟାସ ତାଙ୍କ ନିକଟକୁ ଆସି ଗାଳିଗୁଲଜ କରିବା ସହ ପକେଟ୍ରୁ ଟଙ୍କା ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ପ୍ରତିବାଦ କରିବାରୁ ଉଭୟ ତାଙ୍କୁ ନିସ୍ତୁକ ମାଡ଼ ମାରି ଟଙ୍କା ଛଡ଼ାଇ ଫେରାର୍ ହୋଇଯାଇଥିଲେ। ଏ ସଂପର୍କରେ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ, ୨ ଗିରଫ
ଭୁବନେଶ୍ବର : ବାହାଘର ଭୋଜିରେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ଜେନା କଲୋନିର କମଲ କୁମାର ଦାସ(୩୬) ଏବଂ କବିରାଜ ସ୍ବାଇଁ(୪୧)। ସୂଚନା ମୁତାବକ, ରବିବାର ସଂଧ୍ୟାରେ ଶୁଭମ୍ ଖୁଣ୍ଟିଆ ନାମକ ଜଣେ ଯୁବକ ବୁଦ୍ଧେଶ୍ବରୀ କଲୋନିରେ ଥିବା ବାହାଘର ଭୋଜିକୁ ଆସିଥିଲେ। ସେଠାରେ କମଲ ଓ କବିରାଜଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ଉଭୟ ରାଗି ଯାଇ ଶୁଭମ୍ଙ୍କୁ ମାଡ଼ ମାରିଥିଲେ। ଏମିତିକି ତାଙ୍କ ବେକକୁ ବ୍ଲେଡ୍ରେ ଆକ୍ରମଣ କରିଥିଲେ। ଏ ସଂପର୍କରେ ସେ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।