ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ୨ଗିରଫ

ଭୁବନେଶ୍ବର : ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ, ଧଉଳି କଲ୍ୟାଣପୁରର ପ୍ରଶାନ୍ତ କୁମାର ଭୋଇ ଓ ଜାଗମରା ଭୋଇସାହିର ରାମଚନ୍ଦ୍ର ଭୋଇ। ଗତକାଲି ରାତିରେ ଭରତପୁର ଥାନାର ପିସିଆର-୩୫ ତପୋବନ ବସ୍ତି ନିକଟରେ ପାଟ୍ରୋଲିଂ କରୁଥିଲା। ସେଠାରେ ପ୍ରଶାନ୍ତ ଓ ରାମଚନ୍ଦ୍ର ଏକ ବାଇକ୍‌ରେ ବସିଥିଲେ। ଉଭୟ ପୁଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଗାଡ଼ିକୁ ପଥର ଫୋପାଡ଼ି ଆମ୍ରି ହସ୍ପିଟାଲ୍ ଆଡ଼କୁ ପଳାଇଥିଲେ। ପରେ ପିସିଆର୍ କର୍ମଚାରୀମାନେ ତାଙ୍କୁ ପିଛା କରି କାବୁ କରିଥିଲେ।

ସମ୍ବନ୍ଧିତ ଖବର