ପୁରୁଣା ଭୁବନେଶ୍ୱର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଏୟାରଫିଲଡ଼୍ ଥାନା ପୁଲିସ ଦୁଇଜଣକୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଜାମୁକୋଳି ଗ୍ରାମର ସନ୍ତୋଷ ଭୋଇ(୩୦) ଓ ସମୀର ଭୋଇ(୨୮)। ପୁଲିସ୍ ସୂଚନା ଅନୁଯାୟୀ, ବିରିବନ୍ଧ ଗ୍ରାମରେ ସୁକୁମାରୀ ଭୋଇ ନାମକ ଜଣେ ମହିଳାଙ୍କୁ ଅଭିଯୁକ୍ତଦ୍ବୟ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ଉଭୟ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ସୁକୁମାରୀ ଥାନାରେ ଅଭିଯୋଗ କରିଥିଲେ।
ମହିଳାଙ୍କୁ ମାଡ଼ ମାରି ଦୁଇ ଗିରଫ
/sambad/media/post_attachments/wp-content/uploads/2020/11/arrest-DH-1000094867-1537906823.jpg)