ଭୁବନେଶ୍ବର : ଜଣେ ଯୁବକଙ୍କୁ ଛୁରି ଦେଖାଇ ଲୁଟ୍ କରିଥିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀର ଶୁଭମ୍ ପାଢ଼ୀ ଓରଫ୍ କାହ୍ନା ଓ ଆଚାର୍ଯ୍ୟବିହାର ବିଶ୍ବଝର୍ ସାହି ଅଞ୍ଚଳର ଲିଟିଲ୍ ସେଠୀ।
ପୁଲିସ ସୂଚନାନୁସାରେ ଘଟଣା ଦିନ ଅଭିଯୋଗକାରୀ ରାଜୀବ କୁମାର ପଟ୍ଟନାୟକ ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ଏକ ପାନ ଦୋକାନ ନିକଟରେ ଜଣେ ସମ୍ପର୍କୀୟଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ କାହ୍ନା ଓ ଲିଟିଲ୍ ହଠାତ୍ ତାଙ୍କୁ ଛୁରି ଦେଖାଇବା ସହ ମାଡ଼ ମାରିଥିଲେ। ସେମାନେ ତାଙ୍କ ନିକଟରୁ ୨୪ ହଜାର ଟଙ୍କା, ମୋବାଇଲ୍ ଫୋନ୍, ଗୋଟିଏ ସୁନା ଚେନ୍ ଓ ମୁଦି ଛଡ଼ାଇ ଚମ୍ପଟ୍ ମାରିଥିଲେ। ଏନେଇ ରାଜୀବ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/kharvelnagar-ps.jpg)