ପର୍ଯ୍ୟଟକଙ୍କୁ ଲୁଟ୍‌, ୨ ଗିରଫ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଲୁଟ୍‌ କରିବା ଅଭିଯୋଗରେ ପୁଲିସ ମଙ୍ଗଳବାର ଦିନ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀନଗରର ଅଭୟ ପଟ୍ଟନାୟକ(୩୨) ଓ କେରାପୁଟ ଜିଲ୍ଲା ଦାମକୁଟର ଗିରିଧାରୀ ଖରା(୩୨)। ଉଭୟ ଏଠାରେ ମୂଳାପଡ଼ିଆ ନିକଟରେ ରୁହନ୍ତି। ପୁଲିସ ସୂଚନା ଅନୁଯାୟୀ, ଉଭୟଙ୍କୁ ଆଜି କୋଟି ତୀର୍ଥେଶ୍ବର ଗଳିରୁ ଗିରଫ କରାଯାଇଛି।

ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ
ଚନ୍ଦ୍ରଶେଖରପୁର : ମନ୍ଦିରକୁ ପୂଜା କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ସମୀର ସାହୁ। ସମୀରକୁ ପୁଲିସ କୋର୍ଟ ଚାଲାଣ କରିଛି। ସୂଚନାନୁସାରେ ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଏକ ଶିବ ମନ୍ଦିରକୁ ଗତକାଲି କାର୍ତିକମାସ ପ୍ରଥମ ସୋମବାର ପୂଜା ପାଇଁ ମହିଳା ଜଣକ ଆସିଥିଲେ। ପୂଜା ସମୟରେ ବ୍ୟତିକ୍ରମ ହେବାରୁ କିଛି ମହିଳା ପ୍ରତିବାଦ କରି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ସମୀର ମହିଳାମାନଙ୍କୁ ପାଲଟା ଗାଳିମନ୍ଦ କରିଥିଲେ। ଫଳରେ ମହିଳାମାନଙ୍କ ସହ ସମୀରଙ୍କର ବଚସା ହୋଇଥିଲା। ଏହାକୁ ନେଇ ସମୀର ତାଙ୍କୁ ଅସଦାଚରଣ କରିଛନ୍ତି ବୋଲି ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର