ଚନ୍ଦ୍ରଶେଖରପୁର : ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଛି। ଏହି ଘଟଣାରେ ଇନ୍ଫୋସିଟି ଥାନା ପୁଲିସ ଏକ ଘରୋଇ ହଷ୍ଟେଲରେ ଚଢ଼ଉ କରି ୩ଟି ଗୁଳି ଜବତ କରିବା ସହ ଦୁଇ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଛାତ୍ରମାନେ ହେଲେ ବିହାରର ଉଚ୍ଛବ ସିଂ(୨୦) ଓ ମୁଲୁଆଲେସାଲ୍ ଆରିୟନ୍ ସିଂ ଓରଫ ଅଭିଷେକ (୨୦)। ଅଭିଯୁକ୍ତ ଦ୍ବୟ ଝାଡ଼ଖଣ୍ଡର ଅଶିଷ୍ ରଞ୍ଜନ(୨୦) ନାମକ ଜଣେ ଛାତ୍ର ଓ ତାଙ୍କ ବନ୍ଧୁମାନଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ। ବିବାଦ ବଢ଼ିଯିବାରୁ ଅଭିଷେକ ଉଚ୍ଛବକୁ କିଛି ଟଙ୍କା ଦେଇ ଏକ ବନ୍ଧୁକ ଆଣିବା ପାଇଁ କହିଥିଲେ। ପରେ ସେମାନେ ସେହି ବନ୍ଧୁକରେ ଆଶିଷକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଗତ ୨୨ତାରିଖରେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଆଜି ବିଟେକ୍ ଛାତ୍ର ଅଭିଷେକ ତାଙ୍କ ବନ୍ଧୁ ଆଶିଷକୁ ଜୀବନରୁ ମାରିଦେବା ପାଇଁ ଉଚ୍ଛବକୁ ସୁପାରି ଦେଇଥିଲା। ଉଚ୍ଛବ ବନ୍ଧୁକ ଦେଖାଇ ଅଶିଷକୁ ହତ୍ୟା ଉଦ୍ୟମ କରିଥିଲା। ଆଶିଷ ସେଠାରୁ ଖସିଆସି ଥାନାରେ ଖବର ଦେବାରୁ ପୁଲିସ୍ ସେମାନେ ରହୁଥିବା ହଷ୍ଟେଲ୍ରେ ଚଢ଼ଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବନ୍ଧୁକଟିକୁ ସେମାନେ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିବା କହିଛନ୍ତି। ଇନ୍ଫୋସିଟି ଥାନା ଆଇଆଇସି ବିଶ୍ବଜିତ୍ ମହାନ୍ତିଙ୍କ ସୂଚନା ମୁତାବକ ଏହି ଯୁବକ ମାନେ ୧ ବର୍ଷ ପୂର୍ବେ ଉକ୍ତ କଲେଜରେ ନାମ ଲେଖାଇବା ପରେ ବାରମ୍ବାର ଗଣ୍ଡଗୋଳ କରୁଥିଲେ। ଗିରଫ ଦୁଇ ଛାତ୍ର ବିହାର କୌଣସି ବିଧାୟକ ଓ ମନ୍ତ୍ରୀଙ୍କ ପୁଅ ବୋଲି ନିଜକୁ ପରିଚୟ ଦେଇ କ୍ୟାମ୍ପସରେ ସମସ୍ତଙ୍କୁ ଭୟଭୀତ କରାଇ ରଖିଥିଲେ। ତେବେ ସେମାନେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପିଲା ନୁହନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି।
ସାଙ୍ଗକୁ ହତ୍ୟା ପାଇଁ ସୁପାରି, ୨ ଗିରଫ
/sambad/media/post_attachments/wp-content/uploads/2019/06/madhu-bihar-jharakhand.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)