ଭୁବନେଶ୍ୱର: ଓଡ଼ିଶା ଉର୍ଦ୍ଦୁ ସର୍କଲ ଏବଂ ଅଲ୍ ଇଣ୍ଡିଆ ମୁଶାୟାରା ପକ୍ଷରୁ ସୋହେଲ ଅଖତାରଙ୍କ ଲିଖିତ ‘ଦସ୍ତ ଜଦ୍’ ଓ ଆଶାନ୍ ଇମାନଙ୍କ ‘ମହାରାଷ୍ଟ୍ର କେ କ୍ୱାଲାମକାର’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ରୋଟାରି ଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଓଡ଼ିଶା ଉର୍ଦ୍ଦୁ ଏକାଡେମି ସଚିବ ମୁସୀର ଆଲାମ୍, ଓଡ଼ିଶା ଓ୍ଵାକଫ୍ ବୋର୍ଡ ସଚିବ ଏସ୍ଏମ୍ ଆକାଦାସ୍, ଉର୍ଦ୍ଦୁ ଲେଖକ ନସୁରୁଲ୍ଲା ନାସର ଯୋଗ ଦେଇଥିଲେ। ଉର୍ଦ୍ଦୁ ଭାଷାର ବ୍ୟାପାକ ବ୍ୟବହାର ନିମନ୍ତେ ଅତିଥିଗଣ ବତବ୍ୟକ୍ତ କରିଥିଲେ। ତନବିର୍ ବରକତ୍ଓ୍ଵାଲା ସ୍ୱାଗତଭାଷଣ ଦେବା ସହ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ହାଫିଜ୍ ଅବ୍ଦୁଲ୍ ରହମାନ୍ ନାତ୍ ସରିଫ୍, ମହମ୍ମଦ ୟୁସୁଫ୍, ଜାଉଲ୍ ହକ୍ ଓ ରେହାନା ହକ୍ ପ୍ରମୁଖ ଉପସ୍ଥିତ ଥିଲେ। ମୁଜିବିର୍ ରହେମାନ୍ ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଶା ଉର୍ଦ୍ଦୁ ସର୍କଲ ପକ୍ଷରୁ ଦୁଇ ପୁସ୍ତକ ଲୋକାର୍ପିତ
/sambad/media/post_attachments/wp-content/uploads/2017/11/m14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)