ଭୁବନେଶ୍ବର: ରାଜଭବନ ପରିସରରେ ବିଶିଷ୍ଟ ଜ୍ୟୋତିର୍ବିଦ୍ ସୁରେନ୍ଦ୍ର କୁମାର ମହାନ୍ତିଙ୍କ ଦୁଇଟି ପୁସ୍ତକ ‘କସ୍ମିକ ରେଜ୍ ଅଫ୍ ପ୍ଲାନେଟ୍ ଆଣ୍ଡ୍ ଡିଜିଜେସ୍ ଉଇଥ୍ ରିମେଡି’ ଓ ‘ଦି ଗାର୍ଲ୍ୟାଣ୍ଡ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି। ପ୍ରଥମ ପୁସ୍ତକରେ ଶ୍ରୀ ମହାନ୍ତି ଜ୍ୟୋତିର୍ବିଦ୍ୟାରେ ତାଙ୍କ ଗଭୀର ଗବେଷଣାର ସନ୍ଦର୍ଭକୁ ସ୍ଥାନ ଦେଇଛନ୍ତି।
ଏଥିରେ ନୂଆ ପଦ୍ଧତିରେ କୌଣସି ରୋଗର ସହଜ ନିଦାନ ଓ କୌଣସି ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ସେ ଦାବି କରିଛନ୍ତି। ଉକ୍ତ ପୁସ୍ତକଟିର ଉଚ୍ଚ ପ୍ରଶଂସା କରି ଶ୍ରୀ ଲାଲ କହିଥିଲେ, ଭାରତୀୟ ପ୍ରାଚୀନ ବିଦ୍ୟା ଓ ଆଧୁନିକ ଗବେଷଣା ହିଁ ଜନସାଧାରଣଙ୍କ ବିଶେଷ ଉପକାରରେ ଲାଗି ପାରିବ। ଦ୍ବିତୀୟ ପୁସ୍ତକଟି ତାଙ୍କ ଦ୍ବାରା ରଚିତ ଭିନ୍ନ ରୁଚିର କିଛି ଇଂରାଜୀ କବିତାର ସଂକଳନ। କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତିଙ୍କ ସମେତ ସହଯୋଗୀ ବୈଦ୍ୟନାଥ ଦାସ, ପ୍ରଥମେଶ ମହାନ୍ତି ଓ ରାଜ୍ୟପାଳଙ୍କ ଜନସମ୍ପର୍କ ଅଧିକାରୀ ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।