ପଟିଆ ଓ କିଟ୍ ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିବା ଦୁଇ ବ୍ରାଉନ୍‌ ସୁଗାର ବ୍ୟବସାୟୀ ଗିରଫ

ଚନ୍ଦ୍ରଶେଖରପୁର : ପଟିଆ ଓ କିଟ୍ ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିବା ଦୁଇ ଜଣ ‌ବେପାରୀଙ୍କୁ ଇନ୍‌ଫୋସିଟି ଥାନା ପୁଲିସ୍ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଟିଆ ମାରୁତି ଭିଲ୍ଲା ଅଞ୍ଚଳର ଶରତ ସାହୁ(୨୮) ଓ ଶିଖରଚଣ୍ଡୀ ବସ୍ତି ଅଞ୍ଚଳରେ ରହୁଥିବା ଅମଲ ସାହୁ(୩୦)। ଶରତ ଠାରୁ ପୁଲିସ୍ ୧୨ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିବା ବେଳେ ଅମଲ ଠାରୁ ୧୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି। ଗତ କିଛି ଦିନ ହେବ ଏମାନେ ଉକ୍ତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ନିଶା ସାମଗ୍ରୀ ବିକ୍ରି କରିବା ସହିତ ନିଜେ ମଧ୍ୟ ନିଶା ଖାଉଥିଲେ। ଯାହାକୁ ନେଇ ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଥିଲେ। ଫଳରେ ଆଜି ଇନ୍‌ଫୋସିଟି ଥାନା ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର