ବଜ୍ରାଘାତରେ ୨ ମଇଁଷି ମୃତ, ଗାଈଆଳ ଗୁରୁତର

ଚନ୍ଦ୍ରଶେଖରପୁର : ଗୁରୁବାର ସନ୍ଧ୍ୟାରେ ମଞ୍ଚେଶ୍ବର ରୋକଟ ଗହୀରମାଳ ଅଞ୍ଚଳରେ ବଜ୍ରାଘାତରେ ଦୁଇଟି ମଇଁଷି ମରିଯାଇଥିବା ବେଳେ ଗାଈଆଳ କିଶୋର ବେହେରା (୪୫) ଗୁରୁତର ଭାବେ ଆହତ ହୋଇଛନ୍ତି। କି‌ଶୋର ଏବେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

ସୂଚନାନୁସାରେ କାଳବୈଶାଖୀ ବର୍ଷା ପବନକୁ ଦେଖି କି‌ଶୋର ଗହୀରରୁ ମଇଁଷିମାନଙ୍କୁ ଧରି ତରବର ହୋଇ ଘରକୁ ଫେରୁଥିଲେ। କିନ୍ତୁ ସେ ମଞ୍ଚେଶ୍ବର ଗାଁଠାରୁ କିଛି ଦୂରରେ ରାସ୍ତା ପାର୍ ହେଉଥିବା ବେଳେ ହଠାତ୍ ବିଜୁଳି ମାରିଥିଲା। ଦୁଇଟି ମଇଁଷି ଟଳି ପଡ଼ିବା ଦେଖି କି‌ଶୋର ସେମାନଙ୍କ ପାଖକୁ ଧାଇଁ ଯାଇଥିଲେ। କାଳେ ମଇଁଷି ଦୁଇଟି ବଞ୍ଚିଥିବେ ଓ ସେମାନଙ୍କୁ ଆଶୁ ଚିକିତ୍ସା କରିବାକୁ ପଡ଼ିବ ବୋଲି କିଶୋର ଧାଇଁ ଯାଇଥିଲେ। କିନ୍ତୁ ହଠାତ୍ ପୁଣି ବିଜୁଳି ମାରିଥିଲା ଓ କିଶୋର ସଂଜ୍ଞାହୀନ ହୋଇ ରାସ୍ତାରେ ପଡ଼ି ଯାଇଥିଲେ। ସୌଭାଗ୍ୟକୁ ସେହି ବାଟ ଦେଇ ଯାଉଥିବା ଜଣେ କାର୍‌ ଚାଳକ କିଶୋରଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ।

ସମ୍ବନ୍ଧିତ ଖବର