ସାଲିଆସାହିରେ ନିର୍ମାଣ ହେବ ଦୁଇଟି କଲଭର୍ଟ

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ୨୦ ଓ ୨୬ ନମ୍ବର ୱାର୍ଡର ସାଲିଆସାହିରେ ଲାଗିରହିଥିବା ରାସ୍ତା ଓ ଡ୍ରେନ୍‌ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଛି। ୨୦ ନମ୍ବର ୱାର୍ଡର ପ୍ରଧାନ ସାହିଠାରୁ ଶ୍ରୀରାମ ନଗର ପର୍ଯ୍ୟନ୍ତ ୪୧ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଲାଗି ବିଧାୟକ ସୁଶାନ୍ତ କୁମାର ରାଉତ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଅନ୍ୟପକ୍ଷରେ ୨୬ ନମ୍ବର ୱାର୍ଡର ମୁଣ୍ଡାସାହି ଛକଠାରୁ ଖିଲାମୁଣ୍ଡା କାଠଗୋଲା ପର୍ଯ୍ୟନ୍ତ ରାସ୍ତା ପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ଓ ଦାସରଥୀ ଆପାର୍ଟମେଣ୍ଟ ପାଖରେ ଦୁଇଟି କଲଭର୍ଟ ନିର୍ମାଣ ଲାଗି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ କାର୍ଯ୍ୟଗୁଡ଼ିକ ଫେବ୍ରୁଆରି ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇ କଲଭର୍ଟ ନିର୍ମାଣ ହେବା ଦ୍ବାରା ସାଲିଆସାହିରେ ଜଳ ନିଷ୍କାସନ ନେଇ ଯେଉଁ ସମସ୍ୟା ରହିଥିଲା ତାହା କିଛି ମାତ୍ରାରେ ଦୂର ହେବ। ସ୍ଥାନୀୟ ଲୋକ ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ରାଉତ କହିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଜେଡି ରାଜ୍ୟ ସମ୍ପାଦକ ସୁବାସ ପାତ୍ର, ଭୁବନେଶ୍ବର ଛାତ୍ର ବିଜେଡି ସଭାପତି ସୁବାସ ସାହୁ, ପୂର୍ବତନ କର୍ପୋରେଟର ଝୁନୁବାଳା ଦେଇ, ବାସନ୍ତୀ ସିଂ ପ୍ରମୁଖ ସାମିଲ ହୋଇଥିଲେ।ବିଏମ୍‌ସି ୮ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାର ଫାୟାର ଷ୍ଟେସନଠାରୁ ଡ୍ରେନ୍‌-୧ ପର୍ଯ୍ୟନ୍ତ ୧ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଡ୍ରେନ୍‌ ନିର୍ମାଣ ଲାଗି ଗତକାଲି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିଧାୟକ ଶ୍ରୀ ରାଉତଙ୍କ ଦ୍ବାରା ସ୍ଥାପିତ ହୋଇଥିବା ଏହି ଭିତ୍ତିପ୍ରସ୍ତର ଉତ୍ସବରେ ପୂର୍ବତନ କର୍ପୋରେଟର ମୋନାଲିସା ସାହୁ, ସୂର୍ଯ୍ୟକାନ୍ତୀ ଜେନା, ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ, ଯୁବନେତା ମନୋଜ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର