ଭୁବନେଶ୍ବରର ଭିନ୍ନ ଭିନ୍ନ ସ୍ଥାନରୁ ୨ ମୃତଦେହ ଉଦ୍ଧାର

ଭୁବନେଶ୍ବର: କମିସନରେଟ ପୁଲିସ ଅଞ୍ଚଳରେ ଦୁଇଟି ଆତ୍ମହତ୍ୟା ଘଟଣା ଘଟିଛି। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଓ ଅନ୍ୟଟି ବାଲିଅନ୍ତା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ୨ଟି ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ଓ ପୁଲିସ ଯାଇ ତଦନ୍ତ କରିଛନ୍ତି । ମୃତଦେହ ଦୁଇଟିକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ପୁଲିସ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱରସ୍ଥିତ ଭଡାଘରେ ୨୬ ବର୍ଷୀୟ ସ୍ନେହଲତା ସ୍ବାଇଁଙ୍କ ମୃତ୍ୟୁ ଘଟିଛି। ସେହିପରି ବାଲିଅନ୍ତା ଅନ୍ତର୍ଗତ ଗଣ୍ଡିଲୋ ଗାଁରେ ଅନୁପମା ନାୟକ ନାମ୍ନୀ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର