ଭୁବନେଶ୍ବର : ଦିନକୁ ଦିନ ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟରେ ମହିଳା ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ କିଛିମାସ ହେବ କମିସନରେଟ୍ ପୁଲିସ ଓ ଅବକାରୀ ବିଭାଗ ଚଢ଼ଉ ବେଳେ ଏକାଧିକ ମହିଳାଙ୍କ ସମ୍ପୃକ୍ତି ପଦାକୁ ଆସିଛି। ଆଜି ମଞ୍ଚେଶ୍ବର ଥାନା ପୁଲିସ ଓ ଅବକାରୀ ବିଭାଗ ଦୁଇଜଣ ମହିଳାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩୭ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି। ଯାହାର ବଜାର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେମାନେ ହେଲେ କଳ୍ପନା ପିଏଚ୍ଡି ବସ୍ତିର କୁମୁଦ ଦେଇ ଓ ନନ୍ଦନକାନନ ଅଞ୍ଚଳର ସୁକାନ୍ତି ବେଉରା(୨୬)।
ସୂଚନା ମୁତାବକ, କିଛିଦିନ ହେବ ସୁକାନ୍ତି ବ୍ରାଉନସୁଗାର କାରବାର କରୁଥିବା ମଞ୍ଚେଶ୍ବର ଥାନା ପୁଲିସ ଜାଣିବାକୁ ପାଇଥିଲା। ଆଜି ସେ ପଳାସୁଣି ଗଙ୍ଗୁଆବ୍ରିଜ୍ ନିକଟରେ ଜଣେ ଗ୍ରାହକଙ୍କୁ ବ୍ରାଉନ୍ସୁଗାର ଦେବା ପାଇଁ ଅପେକ୍ଷା କରିଥିବା ବେଳେ ପୁଲିସ ତାକୁ କାବୁ କରିଥିଲା। ତା’ଠାରୁ ୨୫ଗ୍ରାମ ବ୍ରାଉନସୁଗାର ଓ ସ୍କୁଟି ଜବତ କରିଥିଲା। ସେହିପରି କଳ୍ପନା ପିଏଚ୍ଡି ବସ୍ତିରେ କୁମୁଦ ବ୍ରାଉନ୍ସୁଗାର ନେଇ ଜଣେ ବ୍ୟବସାୟୀଙ୍କୁ ଦେବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ତାଙ୍କୁ କାବୁ କରିଥିଲା। ନଗଦ ସାଢ଼େ ୩ହଜାର ଟଙ୍କା ସହ ୧୧୨ଗ୍ରାମର ବ୍ରାଉନ୍ସୁଗାର ଜବତ କରିଥିଲା। ଏନେଇ ଦୁଇଟି ପୃଥକ ପୃଥକ ମାମଲରେ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/brown-sugar-aaa.jpg)