ବାଲିପାଟଣା : ଜେଲ ଗଲେ ୨ ଛେଳି ଚୋର

ବାଲିପାଟଣା : ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଟିଙ୍କିପଡା ଗ୍ରାମର ଶାମେଲି ପ୍ରଧାନଙ୍କ ଛେଳି ଚୋରି ପାଇଁ ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ୨ ଜଣ ଧରା ପଡ଼ିଥିଲେ | ଲୋକେ ସେମାନଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ସେ ଦୁଇ ଜଣ ହେଲେ ବାରହଳ ଗ୍ରାମର ମହସିମ ଖାନ ଏବଂ ରକିପ୍ ହୁସେନ ଖାନ।

ଗତକାଲି ଶାମେଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଲିପାଟଣା ଥାନାରେ କେଶ ନମ୍ବର ୩୪୧/୨0, ଦଫା ୩୭୯,୩୪ ଆପିସି ଧାରା ରୁଜୁ ହୋଇଛି। ଆଜି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇ କୋର୍ଟ ଚାଲାଣ କରାଯାଇଛି | ଜାମିନ ନାମଞ୍ଜୁର ହେବାରୁ ସେ ଦୁଇ ଜଣଙ୍କୁ ବିଚାର ଵିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର