ଧଉଳି : ଧଉଳି ଥାନା ଅଧୀନ ଇନ୍ଦିରା କଲୋନି ଲେନ୍- ଏ/୮ର ପ୍ଲଟ ନଂ ୨୪୪ ରେ ରହୁଥିବା ଏକ ଘରୋଇ ବ୍ୟାଙ୍କ ଅଧିକାରୀଙ୍କ ଘରେ ଗତ ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି। ଗତକାଲି ବ୍ୟାଙ୍କ ଅଧିକାରୀ ତାପସ ରଞ୍ଜନ ଦାଶ ଓ ତାଙ୍କ ପତ୍ନୀ ନିଜ ଘର ବ୍ରହ୍ମଗିରି ଯାଇଥିବା ବେଳେ ଦୁର୍ବୃତ୍ତ ଗେଟ୍ ତାଲା ଭାଙ୍ଗି ଆଲମିରାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି। ୬୦ ଗ୍ରାମ ଓଜନର ଏହି ସୁନାଗହଣାର ଆନୁମାନିକ ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏତଲାରେ ଦର୍ଶାଯାଇଛି। ଏଥିସହିତ ଘରେ ଥିବା ତାଙ୍କର ମୂଲ୍ୟବାନ ଇଲେକଟ୍ରୋନିକ୍ସ ସାମଗ୍ରୀ ଆଦି ଚୋରି ହୋଇଛି। ଏସବୁ ଚୋରି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି। ଅଭିଯୋଗ ଦେବାର ଦୀର୍ଘ ସମୟ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସଂପର୍କରେ ସଂପୃକ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ଦାଶ ଆଜି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଧଉଳି ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଧଉଳି ପୁଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ବ୍ୟାଙ୍କ ଅଧିକାରୀଙ୍କ ଘରେ କଳାକନା ବୁଲାଇଲେ, ୨ ଅଟକ
/sambad/media/post_attachments/wp-content/uploads/2020/07/arrest-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)