ବାଲିଅନ୍ତାରେ ଦୁଇ ବାଇକ ମଧ୍ୟରେ ଧକ୍କା, ୨ ଗୁରୁତର

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଳକାଟି ଫାଣ୍ଡି ଅଧୀନ ସାଇଫନ ନିକଟରେ ଆଜି ସଂଧ୍ୟା ସାଢ଼େ ୫ଟା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ବୟ ହେଲେ ବାଲିପାଟଣା ଥାନା ରାଜସ ପଞ୍ଚାୟତ ଅଧୀନ କୃଷ୍ଣପୁର ଗ୍ରାମର  ବିରେନ୍ଦ୍ର ପ୍ରଧାନ (୩୬ ) ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବକ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।

ବୀରେନ୍ଦ୍ରଙ୍କ ଶରୀରରେ ଗଭୀର କ୍ଷତାକ୍ତ ହୋବା ସହ ମୁଣ୍ଡରୁ ଗଭୀର ଆଘାତ ଲାଭିଥିବା ଜଣାପଡ଼ିଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ଜଟିଳ ଥିବା ଜଣେ ଆମ୍ବୁଲାନ୍ସ କର୍ମଚାରୀ କହିଛନ୍ତି । ହେଲେ ଦୁର୍ଘଟଣା ଘଟଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବାଇକ ଆରୋହୀକୁ ପୁଲିସ ଠାବ କରିପାରିନି ।

ପ୍ରାପ୍ତ ସୂଚନାନୁଯାୟୀ ବଳକାଟି ପୁରୀ ମୁଖ୍ୟ କେନାଲ ବନ୍ଧ – ଝିଣ୍ଟିଶାସନ ରାସ୍ତାର ସାତକାଣିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।  ହେଲେ ବୀରେନ୍ଦ୍ର ଓ ତାଙ୍କ ସାଥୀ ଛିଟିକିପଡ଼ି ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଖଣ୍ଡିଆ ଖାବରା ହୋଇ ବାଇକ ନେଇ ଖସି ପଳାଇଥିଲେ ।

ସମ୍ବନ୍ଧିତ ଖବର