ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ,୨ ଆହତ

ବାଲିଅନ୍ତା : ସୋମବାର ଅପରାହ୍‌ଣ ୨ଟାରେ ସରକଣା ବଜାର ସାହିରେ ଦୁଇ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ଘଟିଛି। ଉଭୟ ପରିବାର ପରସ୍ପରକୁ ଠେଙ୍ଗା, ଭଙ୍ଗା ଇଟା ଓ ଛୁରିରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଦ୍ବୟ ହେଲେ, ଉକ୍ତ ଗ୍ରାମର ବାଉରୀବନ୍ଧୁ ପ୍ରଧାନ (୪୦) ଓ କେଶବ ପ୍ରଧାନ (୨୫)। ବାଉରିବନ୍ଧୁ ଏବଂ କେଶବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପଡ଼ୋଶୀମାନେ ‌୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସେମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଭର୍ତ୍ତି କରାଇଥିଲେ। ଏବେ ବାଉରିବନ୍ଧୁ ଏବଂ କେଶବ ସେଠାରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ସଂଧ୍ୟାରେ ବାଳକାଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମାରପିଟ ହୋଇଥିବା କୁହାଯାଉଛି। ଉଭୟ ପରିବାର ଏ ସଂପର୍କରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଦୁଇଗୋଷ୍ଠୀ ମହାଁମୁହିଁ, ୩ ଗୁରୁତର
ଭୁବନେଶ୍ୱର : ନହରକଣ୍ଟାସ୍ଥିତ କୁଆଖାଇ ନଦୀପଠାରେ ସୋମବାର ଦିନ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ମୋଟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳି ପାରିନାହିଁ।

ସୂଚନାନୁଯାୟୀ, ହୋଲି ଖେଳ ପରେ ସୋମବାର ଅପରାହ୍‌ଣରେ କିଛି ଯୁବକ ନଦୀପଠାରେ ଗାଧୋଉଥିଲେ। କୌଣସି କାରଣକୁ କେନ୍ଦ୍ର କରି ସେମାନେ ନିଜ ନିଜ ମଧ୍ୟରେ ଅସଭ୍ୟ ଭାଷାରେ ବଚସା କରୁଥିଲେ। ସେଠାରେ ଗାଧୋଉଥିବା କିଛି ମହିଳା ଏ ସଂପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁର କିଛି ଯୁବକ ସେମାନଙ୍କୁ ପ୍ରତିବାଦ କରିବାରୁ ସେମାନେ ଓଲଟା ଗାଳିଗୁଲଜ କରିଥିଲେ। ଫଳରେ ଗାଁର ଯୁବକମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେହିପରି ପଥରଗାଡ଼ିଆ ଜୋର ନିକଟରେ ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ଯୁବକ ଗାଧୋଉଥିବା ବେଳେ ସ୍ଥାନୀୟ ମହିଳାମାନଙ୍କୁ କମେଣ୍ଟ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ଯୁବକମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର