ଭୁବନେଶ୍ବର : ନାଁ ସମାନ, କାମ ବି ସମାନ। ଏଭଳି ସମାନା ନାଁ ଥିବା ଦୁଇ ଜଣ ଲୁଟେରାଙ୍କୁ ଧରିଛି ଭରତପୁର ଥାନା ପୁଲିସ। ଦୁଇ ଲୁଟେରା ନାମ ସୋମନାଥ ନାୟକ ଓରଫ୍ କାହ୍ନୁ। ଜଣକ ଘର ଜଟଣୀରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଡୁମୁଡୁମାରେ। ଉଭୟଙ୍କ ଠାରୁ ହୋଣ୍ଡା ବାଇକ୍(ଓଡି୩୩ଏବି-୩୩୧୬) ଓ ଶହେ ଟଙ୍କା ଜବତ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଗତକାଲି ସୌମ୍ୟରଞ୍ଜନ ସ୍ବାଇଁ ଓ ତାଙ୍କ ମା’ ନିରୁପମା ସ୍ବାଇଁ ବାଇକ୍ରେ ଜୟଦେବବିହାରରୁ ବରମୁଣ୍ଡା ଯାଉଥିଲେ। ଦୁଇ ଲୁଟେରା ନିରୁପମାଙ୍କ ଭ୍ୟାନିଟି ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ଦୁଇ କାହ୍ନୁଙ୍କୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Bharatpur-loot-case-accused.jpg)