୨ ଛିନ୍‌ତାଇ ମାଷ୍ଟର ଗିରଫ

ଭୁବନେଶ୍ବର : ଦୀର୍ଘ ଦିନ ହେବ ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଛିନ୍‌ତାଇ କରୁଥିବା ୨ ଯୁବକଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ ଖାରବେଳ ନଗର ସରକାରୀ କ୍ବାର୍ଟସରେ ରହୁଥିବା ଢେଙ୍କାନାଳ ହିନ୍ଦୋଳର ଆକାଶ ସାହୁ ଓ ତମାଣ୍ଡୋରେ ରହୁଥିବା ବେଗୁନିଆ ବଡ଼ନୂଆପଲ୍ଲୀର ବବ୍‌ଲୁ ସାମନ୍ତରାୟ। ଉଭୟଙ୍କଠାରୁ ଏକ ପ୍ଲାଷ୍ଟିକ୍‌ ବନ୍ଧୁକ ସହ ଏକ ହୋଣ୍ଡା ଆକ୍ଟିଭା ଗାଡ଼ି ଓ ସୁନା ଚେନ୍‌ ଜବତ କରାଯାଇଛି।

ଗତ ୨୪ ତାରିଖ ରାତିରେ ଖଣ୍ଡଗିରି ଅଞ୍ଚଳର ସୁଧାକର ବିଶ୍ବାଳ ଓ ଅଭିଯୁକ୍ତ ଆକାଶ ସାହୁ ତମାଣ୍ଡୋ ବେହେରା ଢ଼ାବାକୁ ଯାଇଥିଲେ। ବାଟରେ ଆକାଶକୁ ବାନ୍ତି ଲାଗିଥିଲା। ସୁଧାକର ଗାଡ଼ି ରଖିଦେବା ପରେ ଆକାଶ ବାନ୍ତି କରିବା ପାଇଁ ବାହାରକୁ ଯାଇଥିଲା। ଏତିକିବେଳେ ବବ୍‌ଲୁ ଓ ସାଗର ଏକ ପଲସର ବାଇକ୍‌(ଓଡି ୩୩ ଇ ୬୨୮୨)ରେ ଆସି ସୁଧାକରଙ୍କ ମୁଣ୍ଡରେ ପ୍ଲାଷ୍ଟିକ୍‌ ବନ୍ଧୁକ ଲଗାଇ ଦେଇଥିଲେ। ତାଙ୍କଠାରୁ ଜୋର୍‌ କରି ସୁନା ଚେନ୍‌ ଓ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ସୁଧାକର ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ। ପୁଲିସ ପ୍ରଥମରୁ ଆକାଶ ଉପରେ ସନ୍ଦେହ କରି ତା’ଠାରୁ ମୋବାଇଲ ଫୋନ୍‌ ନେଇ ପଚରାଉଚରା କରିଥଲା। ଆକାଶ ସତ ମାନିଯାଇଥିଲା। ସଙ୍ଗେ ସଙ୍ଗେ ପୁଲିସ କଳିଙ୍ଗନଗରରେ ଚଢ଼ଉ କରି ବବ୍‌ଲୁକୁ ଗିରଫ କରିଥିଲା। ହେଲେ ସାଗର ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର