ସୁନ୍ଦରଗଡ଼/ବନ୍ଧମୁଣ୍ଡା: ରାଉଲକେଲା ରେଳ ଷ୍ଟେସନରୁ ଆଜି ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ’ର ଦୁଇଜଣ ସଦସ୍ୟ ଗିରଫ ହୋଇଛନ୍ତି। ରାଉଲକେଲା ଆରପିଏଫ୍ ଦ୍ବାର ମାଓବାଦୀ ସଂଗଠନର ଏହି ଦୁଇ ସଦସ୍ୟ ଗିରଫ ହୋଇଛନ୍ତି। ଗିରଫ ପିଏଲ୍.ଏଫ୍.ଆଇ ସଦସ୍ୟମାନେ ଝାଡ଼ଖଣ୍ଡ ଲାତେହାର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଦୁଇଜଣ ପି.ଏଲ.ଏଫ.ଆଇ ସଦସ୍ୟ ଟ୍ରେନ ମାଧ୍ୟମରେ ଧାନବାଦରୁ ଝାରସୁଗଡ଼ା ପଟେ ଯାଉ ଥିବା ବେଳେ ସକାଳ ପ୍ରାୟ ୯ଟା ବେଳେ ଆରପିଏଫ ସେମାନଙ୍କୁ ଟ୍ରେନ କୋଚରୁ ଓହ୍ଲାଇ ରାଉଲକେଲା ଆରପିଏଫ ଥାନାରେ ରଖିଛି।
ଦୁଇଜଣ ପି.ଏଲ.ଏଫ.ଆଇ ସଦସ୍ୟ ଟ୍ରେନ ମାଧ୍ୟମରେ ଧାନବାଦରୁ ଝାରସୁଗଡ଼ା ପଟେ ଯାଉ ଥିବା ବେଳେ ସକାଳ ପ୍ରାୟ ୯ଟା ବେଳେ ଆରପିଏଫ ସେମାନଙ୍କୁ ଟ୍ରେନ କୋଚରୁ ଓହ୍ଲାଇ ରାଉଲକେଲା ଆରପିଏଫ ଥାନାରେ ରଖିଛି। ରାଉରକେଲା ପୁଲିସର ଏକ ଟିମ୍ ରାଉଲକେଲା ଆରପିଏଫ ଥାନାକୁ ପହଞ୍ଚି ଗିରଫ ପି.ଏଲ.ଏଫ.ଆଇ ସଦସ୍ୟମାନଙ୍କୁ ଜେରା କରିଥିବା ସୂଚନା ମିଳିଛି।
ରାଉରକେଲା ପୁଲିସର ଏକ ଟିମ୍ ରାଉଲକେଲା ଆରପିଏଫ ଥାନାକୁ ପହଞ୍ଚି ଗିରଫ ପି.ଏଲ.ଏଫ.ଆଇ ସଦସ୍ୟମାନଙ୍କୁ ଜେରା କରିଥିବା ସୂଚନା ମିଳିଛି। ଦୁଇ ପି.ଏଲ.ଏଫ.ଆଇ ସଦସ୍ୟମାନେ ଗତ ୫ ତାରିଖ ରାତିରେ ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଚାନ୍ଦୱା ଥାନା ଅଧିନସ୍ଥ ଟୋରି ରେଳବାଇ ଷ୍ଟେସନରେ ଥିବା କୋଇଲା ସାଇଡିଂରେ ଗୁଳି ଚଲାଇ ଥିଲେ। ଏହା ପର ଠାରୁ ଦୁଇଜଣ ଯାକ ଫେରାର ଥିଲେ। ମାତ୍ର ଆଜି ସକାଳେ ଧାନବାଦ ଏସପି ପ୍ରଭାତ କୁମାରଙ୍କ ଦ୍ଵାରା ଦିଆ ଯାଇଥିବା ସୂଚନା କ୍ରମେ ଦୁଇଜଣ ଯାକ ପି.ଏଲ.ଏଫ.ଆଇକୁ ଆରପିଏଫ ଟ୍ରେନରୁ ଉଦ୍ଧାର କରିଛି। ବର୍ତ୍ତମାନ ଉଭାୟଙ୍କୁ ଆରପିଏଫ ହେପାଜତରେ ରଖା ଯାଇଅଛି।
sundargarh | maoists