ଭୁବନେଶ୍ବର : ଝାରପଡ଼ା ଜେଲରୁ ମିଳୁଛି ଗୋଟିଏ ପରେ ଗୋଟିଏ ମୋବାଇଲ ଫୋନ୍। ଗତକାଲି ସନ୍ଧ୍ୟାରେ ଜେଲରୁ ଆଉ ୨ଟି ମୋବାଇଲ ଫୋନ୍ ମିଳିଛି। ତେବେ ଏହାକୁ କିଏ ବ୍ୟବହାର କରୁଥିଲା, ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ। ଏବେ ସୁଦ୍ଧା ଜେଲରୁ ୩୦ରୁ ଅଧିକ ମୋବାଇଲ ଫୋନ୍ ମିଳି ସାରିଲାଣି। କିନ୍ତୁ କୌଣସି ଗୋଟିଏ ଫୋନର ତଦନ୍ତ ଶେଷ ହୋଇ ପାରିନାହିଁ। ଜେଲ୍ ବିଭାଗ ପକ୍ଷରୁ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଜେଲ ଭିତରେ ଆହୁରି ଫୋନ୍ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି।
ଝାରପଡ଼ା ଜେଲରୁ ମିଳିଲା ଆଉ ୨ ମୋବାଇଲ
/sambad/media/post_attachments/wp-content/uploads/2021/03/jharpada-jail.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)