ଚର୍ଚ୍ଚାରେ ଦୁଇ ସାଂସଦଙ୍କ ଟ୍ବିଟ୍‌ ଯୁଦ୍ଧ

ଭୁବନେଶ୍ବର : ଏକାମ୍ର କ୍ଷେତ୍ରରେ ଲାଗୁ କରାଯାଇଥିବା ବାଇ-ଲ’କୁ ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ବିଟ୍‌ ଯୁଦ୍ଧ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ସହରବାସୀଙ୍କଠୁ ନେଇ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ଲୋକେ ଏହା ଉପରେ ଭିନ୍ନ ଭିନ୍ନ ମତ ରଖିଛନ୍ତି। କିଏ ଏହି ପ୍ରସଙ୍ଗରେ ଅନୁଭବଙ୍କୁ ସମର୍ଥନ କରିଥିବାବେଳେ ଆଉ କିଏ ଅପରାଜିତାଙ୍କୁ ସମର୍ଥନ କରିଛନ୍ତି।

ବାଇ-ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ପାଇଁ ଆଜି ଅନୁଭବ ଅପରାଜିତାଙ୍କୁ ଆମନ୍ତ୍ରଣ କରିବା ପରେ ସେ ମନା କରିବାରୁ ଅନୁଭବ ଟ୍ବିଟ୍‌ କରି ତାଙ୍କୁ ସମାଲୋଚନା କରିଥିଲେ। ତେବେ ଅପରାଜିତା ମଧ୍ୟ ଟ୍ବିଟ୍‌ ଜରିଆରେ ଜବାବ ରଖି ଠିକଣା ସମୟରେ ସେ ଠିକଣା ପଦ‌କ୍ଷେପ ନେବେ ବୋଲି କହିଥିଲେ। ଉଭୟଙ୍କ ଏହି ଟ୍ବିଟ୍‌ ଯୁଦ୍ଧ ସାଧାରଣରେ ଏବଂ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଦୁଇ ଭାଗରେ ବିଭକ୍ତ କରି ଦେଇଥିଲା। କିଛି ଲୋକ ଅପରାଜିତାଙ୍କୁ ଦଳୀୟ ମତରୁ ଊର୍ଦ୍ଧ୍ବରେ ରହି ଓଡ଼ିଶାବାସୀଙ୍କ ଭାବାବେଗକୁ ଧ୍ୟାନ ଦେବାକୁ ଲେଖିଥିଲେ। ସେହିଭଳି ବହୁ ଲୋକ ଦୁଇ ଜଣଯାକ ଅଯଥାରେ ଟ୍ବିଟ୍‌ ଯୁଦ୍ଧ ନ କରି ଓଡ଼ିଶାର ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର