ଭୁବନେଶ୍ବର : ବାଇକ୍ରେ ଦୁଇଜଣ ଯାଇପାରିବେ। ଏ ନେଇ ଆଜି କେତେକ ଟ୍ବିଟ୍ର ଉତ୍ତର ଦେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ତାଲାବନ୍ଦ କଟକଣାରେ ବାଇକ୍ରେ ଦୁଇଜଣଙ୍କୁ ବାରଣ କରାଯାଇଥିଲା। ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। ଏହାକୁ ନେଇ ରୀତିମତ ଚଢ଼ଉ ହେଉଥିଲା। କାର୍, ଅଟୋ ଓ ବାଇକ୍ ସବୁକୁ ରାସ୍ତାରେ ଯାଞ୍ଚ କରାଯାଉଥିଲା। ସାମାଜିକ ଦୂରତା ବଜାୟ ରଖୁ ନଥିଲେ ଜରିମାନା କଷା ଯାଉଥିଲା। କାମ ଥିଲେ ବି ଭୟରେ କେହି ବାଇକ୍ରେ ଦୁଇଜଣ ବସି ଯାଉ ନଥିଲେ। ଏବେ କମିସନରଙ୍କ ଏହି ଟ୍ବିଟ୍ ପରେ ବାଇକ୍ ଚାଳକ ଆଶ୍ବସ୍ତ ହୋଇଛନ୍ତି।
ବାଇକ୍ରେ ଯାଇ ପାରିବେ ଦୁଇଜଣ
/sambad/media/post_attachments/wp-content/uploads/2020/05/bike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)