ରାଉରକେଲା: ରେଳପଥ ଉପରେ ଫାଟକ ପଡ଼ିଥିବା ବେଳେ ଭୟ ନକରି ଅତିକ୍ରମ କରିବା ମହଙ୍ଗା ପଡ଼ିଛି। ରାଉରକେଲାର କଲୁଙ୍ଗାରେ ବନ୍ଦ ରେଳଫାଟକକୁ ଗଳି ପାରି କରୁଥିବାବେଳେ ମଙ୍ଗଳବାର ରାତିରେ ଟ୍ରେନ୍ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି। ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ରେଳବାଇ ପୁଲିସ ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍ଜିଏଚ୍କୁ ପଠାଇଛି। ଉଭୟ ମୃତକ ଓ ଗୁରୁତରମାନେ ସ୍ଥାନୀୟ କଲୁଙ୍ଗା ଅଞ୍ଚଳର ବୋଲି ଜଣାପଡିଛି। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ଖବର ପଢ଼ନ୍ତୁ: ଭୋଟ୍ ଦେଲେନି ୧୧ ବିଜେପି ସାଂସଦ
ରାତି ପ୍ରାୟ ୧୦ଟାରେ ବେଦବ୍ୟାସରୁ ମାର୍କେଟିଂ ସାରି ୩ଟି ବାଇକ୍ରେ ୫ ଜଣ କଲୁଙ୍ଗା ଯାଉଥିଲେ। ଟ୍ରେନ୍ ଆସୁଥିବାରୁ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥରେ ଫାଟକ ପଡ଼ିଥିଲା। କିନ୍ତୁ ସେମାନେ ସେଠାରେ ଅଟକିବା ବଦଳରେ ଫାଟକ ତଳୁ ଗଳି ରେଳଲାଇନ ପାରି ହେଉଥିଲେ।
ଏହି ଖବର ପଢ଼ନ୍ତୁ: ପଦରୁ ହଟିଲେ ବିଷ୍ଣୁପଦ: ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ ନିଯୁକ୍ତି
ମିଳିଥିବା ସୂଚନା ମୁତବାକ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ବେଦବ୍ୟାସରୁ ମାର୍କେଟିଂ ସାରି ୩ଟି ବାଇକ୍ରେ ୫ ଜଣ କଲୁଙ୍ଗା ଯାଉଥିଲେ। ଟ୍ରେନ୍ ଆସୁଥିବାରୁ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥରେ ଫାଟକ ପଡ଼ିଥିଲା। କିନ୍ତୁ ସେମାନେ ସେଠାରେ ଅଟକିବା ବଦଳରେ ଫାଟକ ତଳୁ ଗଳି ରେଳଲାଇନ ପାରି ହେଉଥିଲେ। ସେତେବେଳେ ରାଉରକେଲାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ ଏକ୍ସପ୍ରେସ୍ ଟ୍ରେନ୍ ତିନିଟିଯାକ ବାଇକ୍କୁ ଧକ୍କା ଦେଇଥିଲା। ଟ୍ରେନ୍ ଦ୍ରୁତଗତିରେ ଥିବାରୁ ୫ ଜଣ ବାଇକ୍ସହ ଏଣେତେଣେ ଛିଟ୍କି ପଡ଼ିଥିଲେ। ବାଇକ୍ ଚଳାଉଥିବା ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆର୍ଜିଏଚ୍କୁ ପଠାଇଛନ୍ତି। ଖବର ଲେଖିବା ସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରି ନାହିଁ।
ଏହି ଖବର ପଢ଼ନ୍ତୁ: ମହାରାଷ୍ଟ୍ରର ୧୧ ଅସନ୍ତୁଷ୍ଟଙ୍କୁ ଶାନ୍ତ କରିବା ପାଇଁ ଚିନ୍ତାରେ ସରକାର