ଦୁଇ ଲୁଟେରା ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ବର: ଲୁଟ୍‌ପାଟ୍‌ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ପୁରୁଣା ଷ୍ଟେସନ୍‌ବଜାର ଅଞ୍ଚଳର‌ କେ. କାନ୍ତ ରାଓ(୩୮) ଓ ଆର୍‌ ଉଦୟକିରଣ(୧୯)। ପୁଲିସ ସେମାନଙ୍କଠାରୁ ଦୁଇଟି ମୋବାଇଲ୍‌ ଜବତ କରିଛି। ସୂଚନା ମୁତାବକ, ଗୁରୁବାର ସକାଳ ସାଢ଼େ ୫ଟାରେ ସୁରେଶ ଜେନା ନାମକ ଜଣେ ଚାଳକ କଟକରୋଡ୍‌ସ୍ଥିତ ଗୁପ୍ତା କେବୁଲ୍‌ର ଜିନିଷ ଅନ୍‌ଲୋଡ୍‌ କରି ଗାଡ଼ିରେ ଶୋଇଥିଲେ। ଏହି ସମୟରେ ରାଓ ଓ ଉଦୟକିରଣ ମିଶି ତାଙ୍କ ଗାଡ଼ିରୁ ମୋବାଇଲ୍‌ ନେଇ ଯାଇଥିଲେ। ସୁରେଶ ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଫୁଟେଜ୍‌ରୁ ଉଭୟଙ୍କୁ ଚିହ୍ନଟ କରି ଗିରଫ କରିବା ପରେ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର