ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ବିଦ୍ୟୁତ୍‌ ଚାର୍ଜ, ୨ସେବାୟତ ଆହତ, ମନ୍ଦିର ପ୍ରଶାସନ ନିଦାବିଷ୍ଣୁ

ପୁରୁଣା ଭୁବନେଶ୍ୱର : ୩ ସପ୍ତାହ ପରେ ଆଜି ପୁଣିଥରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦ୍ୟୁତ୍‌ ଚାର୍ଜ ସମସ୍ୟା ଦେଖାଦେଇଛି। ଲକ୍ଷ୍ମୀନୃସିଂହ ମନ୍ଦିରରୁ ରୋଷେଇଶାଳ ଯିବା ବାଟର କାନ୍ଥ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିବାରୁ ୨ଜଣ ସେବାୟତ ସାମାନ୍ୟ ଆହତ ହୋଇଛନ୍ତି। ସେମାନେ ହେଲେ, ମଣ୍ଟୁ ପଣ୍ଡା ଓ ପରେ ପିଣ୍ଟୁ ପଣ୍ଡା। ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ଏପରି ହେଉଛି ବୋଲି ସେବାୟତମାନ ଅଭିଯୋଗ କରିଛନ୍ତି।

ଗତ ଅକ୍ଟୋବର ୪ ତାରିଖରେ ମହାପ୍ରଭୁଙ୍କ ମୁଖ୍ୟ ଶକ୍ତି, ଗୃହ ବାଡ଼ ଓ କାନ୍ଥ ଚଟାଣ ଆଦିରେ ମଧ୍ୟ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିଲା। ଏହାର ମରାମତି ପାଇଁ ମନ୍ଦିର ପ୍ରଶାସନ ଦେବୋତ୍ତର ବିଭାଗକୁ ଚିଠି ଲେଖି ମୁଣ୍ଡରୁ ଦୋଷ ଖସାଇ ଦେଇଥିଲା। ଆଜି ପୁଣି ମଧ୍ୟାହ୍ନ ୧୨ଟାରେ ମନ୍ଦିରରେ ଲକ୍ଷ୍ମୀନୃସିଂହ ମନ୍ଦିରଠାରୁ ରୋଷଇଶାଳ ବାଟର କାନ୍ଥ ଚାର୍ଜ ହୋଇଯାଇଥିଲା। ବିଦ୍ୟୁତ୍‌ କାଟ୍‌ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର