କ୍ୟାପିଟାଲ ହସ୍ପିଟାଲର ଆଉ ୨ ବିଭାଗରେ ପଶିଲା କରୋନା, ୪୮ଘଣ୍ଟା ପାଇଁ ଦୁଇ ୱାର୍ଡ ସିଲ୍‌

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ଆଉ ୨ ବିଭାଗରେ ପଶିଛି କରୋନା। ହସ୍ପିଟାଲର ଚକ୍ଷୁ ବିଭାଗର ଡାକ୍ତର ଓ ଇଏନ୍‌ଟି ଜଣେ ଆଟେଣ୍ଡାଣ୍ଟ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ହସ୍ପିଟାଲର ସମୁଦାୟ ୧୪ଟି ବିଭାଗରେ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୩ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ଭେଷଜ ଓ କର୍କଟ ୱାର୍ଡର ଡାକ୍ତର ସଂକ୍ରମିତ ହୋଇଥିଲେ। ଇଏନ୍‌ଟି ବିଭାଗରେ ସଂକ୍ରମିତ ଆଟେଣ୍ଡାଣ୍ଟ ସଂପର୍କରେ ୩ଜଣ ଆସିଥିବା ସୂଚନା ମିଳିଛି। ସମସ୍ତେ ସଙ୍ଗରୋଧରେ ରହିଛନ୍ତି। ଆଗକୁ ସେମାନଙ୍କ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଆଜିର ଦୁଇ କର୍ମଚାରୀଙ୍କୁ ମିଶାଇ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୨୦ରୁ ଅଧିକ ସଂକ୍ରମିତ ହୋଇ ସାରିଲେଣି। ଅପରପକ୍ଷରେ ଏହି ଦୁଇ ବିଭାଗକୁ ଆସନ୍ତା ୪୮ଘଣ୍ଟା ପାଇଁ ସିଲ୍‌ କରାଯାଇଛି। ଏହି ସମୟରେ ବିଭାଗକୁ ସାନିଟାଇଜ୍ କରାଯିବ।

ସମ୍ବନ୍ଧିତ ଖବର