ଭୁବନେଶ୍ବର: ନୂଆପଲ୍ଲୀ ୩୭ନଂ ଵାର୍ଡରେ ଚାଲିଥିବା ଡ୍ରେନ୍ କାମ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ନିର୍ମାଣାଧୀନ ଡ୍ରେନ୍ ସମ୍ମୁଖରେ କୌଣସି ସତର୍କ ସୂଚନା ନଥିବା ବେଳେ ଏହାକୁ ଘେରାଉ କରି ରଖାଯାଇ ନଥିବାରୁ ଏହା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଗତ ବିଳମ୍ବିତ ରାତିରେ ଜଣେ ଯୁବକ ଓ ଯୁବତୀ ସ୍କୁଟି ନେଇ ପ୍ରଜାପତିମଣ୍ଡପ ପାର୍ଶ୍ବସ୍ଥ ଏହି ରାସ୍ତାରେ ଯାଉଥିବା ବେଳେ ଗାଡ଼ି ସହ ଉଭୟ ଡ୍ରେନ୍ରେ ପଡ଼ି ଯାଇଥିଲେ। ଏଥିରେ ଯୁବତୀଙ୍କ ହାତ ଭାଙ୍ଗିବା ସହ ମୁଣ୍ଡ ଫାଟିଥିବା ବେଳେ ଯୁବକଙ୍କ ବାମ ହାତରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଅଭିଯୋଗ ମୁତାବକ, ଏହି ଡ୍ରେନ୍ କାମ ୨୦୨୦ ଅକ୍ଟୋବରରୁ ଚାଲିଥିଲେ ହେଁ ଏ ପର୍ଯ୍ୟନ୍ତ ସରୁନାହିଁ। ଏନେଇ ବାରମ୍ବାର ବିଏମ୍ସି ନିକଟରେ ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁ ନାହାନ୍ତି।
ମରଣଯନ୍ତା ନୂଆପଲ୍ଲୀ ଡ୍ରେନ୍, ଡ୍ରେନ୍ରେ ପଡ଼ି ୨ ଆହତ
/sambad/media/post_attachments/wp-content/uploads/2021/04/sf4hsf65h4sfh4f5s4hs5h4f5s6hh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)