କାଦୁଅ ପୂରାଇ ବିକୁଥିଲେ ନକଲି ପାଓ୍ୱାର ବ୍ୟାଙ୍କ, ଦୁଇ ଅଣଓଡ଼ିଆ ମହିଳା ଗିରଫ

ଭୁବନେଶ୍ବର : ପାଵାର ବ୍ୟାଙ୍କ ଭିତରେ କାଦୁଅ ପୂରାଇ ବିକ୍ରି କରୁଥିବା ଦୁଇ ଅଣଓଡ଼ିଆ ମହିଳାଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୧୫ଟି ନକଲି ପାଵାର ବ୍ୟାଙ୍କ ଓ ୧ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଦୁଇ ମହିଳା ହେଲେ, ମହାରାଷ୍ଟ୍ର ଜଳଗାଁ ଅଞ୍ଚଳର ଆଶାସଞ୍ଜୁ ଯାଦବ ଓ ନିର୍ମଳା ଦେବଦାସ ଯାଦବ।

ପୁଲିସ ସୂଚନା ଅନୁସାରେ, ୟୁନିଟ୍-୧ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଦୁଇ ମହିଳା ବୁଲି ବୁଲି ନକଲି ପାଵାର ବ୍ୟାଙ୍କ ବିକୁଥିଲେ। ଗୋଟାଏ ପାଵାର ବ୍ୟାଙ୍କର ଦାମ ଥିଲା ୫ ଶହ ଟଙ୍କା। ଜଣେ ଫଳ ଦୋକାନୀ ତାଙ୍କଠାରୁ ହଜାରେ ଟଙ୍କା ଦେଇ ଦୁଇଟି ପାଵାର ବ୍ୟାଙ୍କ କିଣିଥିଲେ। ମୋବାଇଲ ଫୋନ୍‌ରେ ଚାର୍ଜ କରିବାରୁ ତାହା ହୋଇ ନ ଥିଲା। ଭିତର ଖୋଲି ଦେଖିବାରୁ ସେଥିରେ କାଦୁଅ ଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଏକ ବ୍ୟାଗ୍‌ରୁ ୧୫ଟି ମୋବାଇଲ ପାଵାର ବ୍ୟାଙ୍କ ଜବତ କରିଥିଲା। ସବୁ ପାଵାର ବ୍ୟାଙ୍କକୁ ଖୋଲାଯିବା ପରେ ତା ଭିତରେ କାଦୁଅ ଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର