ବସ୍ତିରୁ ୨ ଯୁବତୀ ନିଖୋଜ, ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସର ଖୋଳତାଡ଼ ଆରମ୍ଭ

ଚନ୍ଦ୍ରଶେଖରପୁର : ଗୁରୁବାର ନୀଳାଦ୍ରିବିହାର ନିକଟ ଏକ ବସ୍ତିରୁ ଦୁଇ ଯୁବତୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗ ପାଇବା ପରେ ଖୋଳତାଡ଼ ଆରମ୍ଭ କରିଛି। ଦୁଇ ଯୁବତୀଙ୍କ ବାପା ଘର ଛାଡ଼ି ଦେଇଥିବାରୁ ସେମାନେ ସେମାନଙ୍କ ମା’ଙ୍କ ନିକଟରେ ରହୁଥିଲେ। ସେମାନଙ୍କର ମା’ମାନେ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ଠିକାଦାର ନିକଟରେ କାମ କରୁଛନ୍ତି।

ଗୁରୁବାର ସଂଧ୍ୟାରେ ସେମାନେ ଘରକୁ ଫେରିବା ପରେ ଯୁବତୀ ଦ୍ବୟ ନଥିବା ଦେଖିଥିଲେ। ପାଖ ପଡ଼ୋଶୀ ଓ ସମ୍ପର୍କୀୟଙ୍କ ଘର ଖୋଜିଖୋଜି ନିରାଶ ହେବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଯୁବତୀ ଦ୍ବୟ ସାବାଳିକା ହୋଇଥିବାରୁ ସେମାନଙ୍କ ନିଖୋଜ ପଛରେ ଭିନ୍ନ କାରଣ ଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଗତ ମାସକ ଭିତରେ ଏଠାରୁ ନି‌ଖୋଜ ହୋଇଥିବା ୪ ଯୁବତୀ ଓ ଜଣେ ନାବାଳିକାଙ୍କ ପତ୍ତା ମିଳିନାହିଁ। ତେଣୁ ଆଜିର ମାମଲାକୁ ନେଇ ସ୍ଥାନୀୟ ଲୋକେ ନାନା ଆଶଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର