ଭୁବନେଶ୍ୱର : ରାତି ପ୍ରାୟ ୮ଟାବେଳେ ମଞ୍ଚେଶ୍ୱର ଥାନା ଅଧୀନ ପଳାସୁଣି ଛକରେ ଏକ ଲୁହା ପ୍ଲେଟ୍ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ପେଟରେ ଲୁହା ପ୍ଲେଟ୍ ଭୁସି ହୋଇଯିବାରୁ ସେମାନେ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କ ଅନ୍ତବୁଜୁଳା ବାହାରି ପଡ଼ିଛି। ସେମାନେ ଭୋଟପଡ଼ା ଅଞ୍ଚଳର ତୋଫାନ ଓ ରାଜୁ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପୁଲିସ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ପଠାଇଛି।
ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ପିକ୍ଅପ୍ ଭ୍ୟାନ୍ ଚକେଇସିଆଣି ପଟୁ ପଳାସୁଣି ଆଡ଼େ ଯାଉଥିଲା। ଯୁବକ ଦ୍ୱୟ ଏକ ବାଇକ୍ରେ ସେମାନଙ୍କ ପଛେପଛେ ଆସୁଥିଲେ। ତେବେ ହଠାତ ପଳାସୁଣି ଛକରେ ପିକଅପ୍ ଭ୍ୟାନ୍ ଚାଳକ ବ୍ରେକ୍ ମାରିଥିଲା। ପଛପଟୁ ବାଇକ ଚାଳକ ଭାରସାମ୍ୟ ହରାଇ ସେଥିରେ ପିଟି ହୋଇଯାଇଥିଲେ। ରାସ୍ତା ଉପରେ ଯୁବକ ଦ୍ୱୟ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ପୁଲିସ ପିକ୍ଅପ୍ ଭ୍ୟାନ୍ ଓ ବାଇକ୍କୁ ଜବତ କରିଛି। ଭ୍ୟାନ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Pickup-van-accident.jpg)