ବାଲିଅନ୍ତା : ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଛିନ୍ତାଇ ମାମଲାରେ ପାହାଳ ଫାଣ୍ଡି ପୁଲିସ୍ ଆଜି ଦୁଇଜଣ ପେସାଦାର ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଖଣ୍ଡଗିରି ଥାନା ବରମୁଣ୍ଡା ତେଲିସାହି ଅଞ୍ଚଳର ଜିତେନ୍ଦ୍ର ସାହୁ ଓରଫ ଜିତୁ (୨୩) ଏବଂ ବିକାଶ ରାୟ ଓରଫ ବାପୁନି (୨୩)। ସେମାନଙ୍କ ନିକଟରୁ ପୁଲିସ ମହିଳାଙ୍କ ଚୋରି ଭ୍ୟାନିଟି ବ୍ୟାଗ୍ ସମେତ ସେଥିରେ ଥିବା ୯ ହଜାର ଟଙ୍କା, ଦୁଇଟି ସ୍ମାର୍ଟ ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି। ଜାମିନ୍ ଆବେଦନ ନାଂମଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନୟାଗଡ଼ ଅଞ୍ଚଳର ଦମ୍ପତି ସୌଦାମିନୀ ବରାଡ଼ ଓ ବୀରବର ବରାଡ଼ ଆଜି ପାଖାପାଖି ଦିନ ଗୋଟାଏରେ ଏକ ସ୍କୁଟିରେ କଟକ ଅଭିମୁଖେ ଯାଉଥିଲେ। ପାହାଳ ୨୨ତାଲା ନିକଟରେ ଜିତୁ ଓ ବାପୁନି ପଛପଟୁ ବାଇକ୍ରେ ଆସି ସୌଦାମିନୀଙ୍କ ଭ୍ୟାନିଟି ଝାମ୍ପି ନେଇ ପଳାଇଥିଲେ। ଖବର ପାଇ ପାହାଳ ଫାଣ୍ଡି ଅଧିକାରୀ ଓମ୍ ପ୍ରକାଶ ମହାନ୍ତି ଓ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଏହାର ଛାନଭିନ୍ କରିଥିଲେ। ଜିତୁ ଓ ବାପୁନି ସିମ୍ଫୋନି ମଲ୍ ନିକଟ ଏକ ଆଡ଼ାରେ ଆଉ ଏକ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ସେଠାରେ ଚଢ଼ଉ କରିଥିଲା। ପୁଲିସ ଜିତୁ ଓ ବାପୁନିକୁ କାବୁ କରିଥିବା ବେଳେ ସେମାନଙ୍କ ଅନ୍ୟ ସହଯୋଗୀମାନେ ଖସି ପଳାଇଥିଲେ।
ଛିନ୍ତାଇ ମାମଲାରେ ଜେଲ ଗଲେ ଦୁଇ ଯୁବକ
୯ ହଜାର ଟଙ୍କା ସମେତ ଦୁଇ ମୋବାଇଲ ଓ ବାଇକ୍ ଜବତ
/sambad/media/post_attachments/wp-content/uploads/2020/02/jail2_9-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)