କମିସନରଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ଅଧିକାରୀ

ଭୁବନେଶ୍ବର : ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ହାଇଦ୍ରାବାଦ୍‌ କାର୍ଯ୍ୟାଳୟରେ ଅବସ୍ଥାନ କରୁଥିବା ଦୁଇଜଣ ଅଧିକାରୀ କାସାଣ୍ଡ୍ରା ଜିଆନି ଓ ଶ୍ରୀଲତା ଆର୍ଯ୍ୟ ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ଭେଟିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରୁ କଟକ-ଭୁବନେଶ୍ବର ଆସୁଥିବା ନାଗରିକଙ୍କର ମଙ୍ଗଳ ତଥା ସୁରକ୍ଷା ନେଇ ଏକଘଣ୍ଟା କାଳ ସେମାନେ ଆଲୋଚନା କରିଛନ୍ତି। ପୁଲିସ କମିସନର ସୁରକ୍ଷା ଓ ମଙ୍ଗଳକୁ ନେଇ ଯଥା ସମ୍ଭବ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଉଭୟଙ୍କୁ କମିସନର୍‌ ସମ୍ବର୍ଦ୍ଧିତ କରିଛନ୍ତି।

ସମ୍ବନ୍ଧିତ ଖବର