ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ର-ଛାତ୍ରୀ ମଙ୍ଗଳ ସମିତିର ନବମ ବାର୍ଷିକ ଉତ୍ସବ ‘ଉଛ୍ୱାସର ରଙ୍ଗ’ ରବୀନ୍ଦ୍ର ମଣ୍ଡପରେ ଉଦ୍ଯାପିତ ହୋଇଛି। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ।
ଉଦ୍ଯାପନୀ ସନ୍ଧ୍ୟାରେ ପ୍ରଥମେ ଗୁରୁ ପ୍ରଦୀପ କୁମାର ଦାସଙ୍କ ଦ୍ବାରା ଓଡ଼ିଶୀ ସଂଗୀତ ପରିବେଷଣ ହୋଇଥିଲା। ଗୁରୁ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଦ୍ୱାରା ମର୍ଦ୍ଦଳ ବାଦନ, ଗୁରୁ ଧୀରଜ କୁମାର ମହାପାତ୍ରଙ୍କ ତତ୍ୱବାଧାନରେ ରଞ୍ଜନ କୁମାର ମୁଦୁଲି ଓ ଜ୍ଞାନ ରଞ୍ଜନ ସାହୁଙ୍କ ଦ୍ବାରା ଦ୍ବୈତ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷିତ ହୋଇଥିଲା। ନୃତ୍ୟ ଗୁରୁ ଅଶୋକ ଘୋଷାଲଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ, ଗୁରୁ ସଦାଶିବ ପ୍ରଧାନଙ୍କ ଦ୍ବାରା ଦଳଗତ ଛଉନୃତ୍ୟ ଓ ଶେଷରେ ଶତ୍ରୁଘ୍ନ ସାମଲଙ୍କ ନିର୍ଦ୍ଦେଶନାରେ ନାଟକ ସାଧନା ମଞ୍ଚସ୍ଥ ହୋଇଥିଲା। ଅନୁଷ୍ଠାନର ସଭାପତି ଲାଲା ବୀରେନ ରାୟ ଓ ସମ୍ପାଦିକା ଦୀପିକା ମହାନ୍ତି ଉପସ୍ଥିତ ଥିଲେ।