ଭୁବନେଶ୍ବର: ମାଷ୍ଟର୍କ୍ୟାଣ୍ଟିନ୍ସ୍ଥିତ ୟୁକୋ ବ୍ୟାଙ୍କ ଆଜି ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି। ଅପରାହ୍ଣ ପ୍ରାୟ ୫ଟାରେ ବ୍ୟାଙ୍କର ପଞ୍ଚମ ମହଲାରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ନିଆଁକୁ ବ୍ୟାପିବା ପୂର୍ବରୁ ଆୟତ୍ତ କରାଯାଇ ପାରିଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ତେବେ କେଉଁ କାରଣରୁ ନିଆଁ ଲାଗିଲା, ସେ ସଂପର୍କରେ ଜଣାପଡ଼ି ନଥିଲେ ହେଁ ସର୍ଟସର୍କିଟ୍ରୁ ଘଟିଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ପ୍ରାୟ ୫ଟାରେ ବ୍ୟାଙ୍କର ୫ମ ମହଲା ଝରକା ପଟୁ ଧୂଆଁ ବାହାରିଥିଲା। ଏହା ଦେଖି ସୁରକ୍ଷାକର୍ମୀ ଓ ବ୍ୟାଙ୍କ କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp