ଭାଷା, ସାହିତ୍ୟ ଓ ସଂସ୍କୃତିର ମହାସଙ୍ଗମ ‘ଉଦ୍‌ଗମ-୨୦୧୮’

ଭୁବନେଶ୍ୱର : ‘ନୀଳକଇଁ’ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ୍‌ କେଶରୀଠାରେ ଭାଷା, ସାହିତ୍ୟ ଓ ସଂସ୍କୃତିର ମହାସଂଗମ ‘ଉଦ୍‌ଗମ-୨୦୧୮’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସାହିତ୍ୟର ବିଭିନ୍ନ ବିଭାଗ, ଭାଷାର ମୌଳିକତା ଓ ବ୍ୟାପକତା ତଥା ନାନା ସାଂସ୍କୃତିକ ବିଭବ ମଧ୍ୟରେ ମଣିଷ ଓ ଦେଶ ମଧ୍ୟରେ ସମନ୍ଵୟ ଦିଗରେ ଏଥିରେ ଆଲୋକପାତ କରାଯାଇଛି। ଏଥିରେ ପ୍ରଶାସକ କୃଷ୍ଣଗୋପାଳ ମହାପାତ୍ର, ବରିଷ୍ଠ କବି ହୃଷୀକେଶ ମଲ୍ଲିକ, କବି ସୁଷମା ମିଶ୍ର ଓ ଲେଖକ ମଙ୍ଗଳା ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ନୀଳକଇଁର ସମ୍ପାଦିକା ସସ୍ମିତା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଜୟ ସ୍ୱାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମକୁ ଗୋଲଖ ବିହାରୀ ସିଂହ, ଇନି ବେହେରା ଓ ପ୍ରତାପ କୁମାର ନାଥ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ସମ୍ପର୍କିତ ଆଲୋଚନା ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମର ସଂଯୋଜନା ଅଧ୍ୟାପିକା ସୌଦାମିନୀ ବେହେରା ଓ ପ୍ରଣୟ ସୁଧା ପ୍ରମୁଖ କରିଥିଲେ।

ସମ୍ବନ୍ଧିତ ଖବର