ଶିକ୍ଷାନୁଷ୍ଠାନକୁ ୟୁଜିସିର ଚିଠି, ଦିନକର ଦରମା ଦେବାକୁ ଆହ୍ବାନ

ଭୁବନେଶ୍ବର: କରୋନା ପରି ଏକ ଜାତୀୟ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ସହଯୋଗର ହାତ ବଢ଼ାଇବାର ଆବଶ୍ୟକତା ରହିଛି। ବିଶ୍ୱବିଦ୍ୟାଳୟ କୁଳପତି, ମହାବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକମାନେ ସେମାନଙ୍କ ଅନୁଷ୍ଠାନର କର୍ମଚାରୀ ଓ ଶିକ୍ଷକଙ୍କୁ ସହାୟତା ପ୍ରଦାନ କରିବାକୁ କହିବେ। ଏଥିରେ ସମସ୍ତେ ସାମିଲ ହୋଇ ମହାନତା ଦେଖାଇ କରୋନା ବିରୋଧରେ ଦେଶ ଲଢ଼ିବା କାର୍ଯ୍ୟରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ସମସ୍ତଙ୍କର ଏହି ଛୋଟ ସହାୟତା କରୋନା ମୁକାବିଲାରେ ସହାୟକ ହେବ ବୋଲି କୁହାଯାଇଛି। ମାନବ ସମାଜ ପାଇଁ ସମସ୍ତେ ଏକତ୍ର ହେବା ପାଇଁ ୟୁଜିସି ପକ୍ଷରୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦିଆଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିସନ(ୟୁଜିସି) ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ମହାବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର