ଉଜ୍ଜ୍ୱଲା ଯୋଜନାରେ ୨୫ ହିତାଧିକାରୀ ସାମିଲ୍‌

ଖଣ୍ଡଗିରି: ଭୁବନେଶ୍ୱର ମହାନଗର ନିଗମ ୬୩ ନମ୍ବର ଓ୍ଵାର୍ଡରେ ଆଜି ୨୫ ଜଣ ହିତାଧିକାରୀଙ୍କୁ ଉଜ୍ଜ୍ୱାଲା ଯୋଜନାରେ ସାମିଲ୍‌ କରାଯାଇଛି। ଧର୍ମବିହାର ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ହିତାଧିକାରୀମାନଙ୍କୁ ରିହାତି ଦରରେ ଏଲ୍‌ପିଜି ଗ୍ୟାସ୍‌ ଓ ଚୁଲା ବିତରଣ କରାଯାଇଛି। ଭାରତ ଗ୍ୟାସ ବଣ୍ଟନକାରୀ ସଂସ୍ଥା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ରଘୁନାଥ ମହାନ୍ତି, ଜ୍ୟୋତ୍ସ୍ନାମୟୀ ଜେନା, ଦୀପ୍ତିମୟୀ ନାୟକ, ଅଜୁ ଜେନା, ଜ୍ଞାନରଂଜନ ସ୍ୱାଇଁ, ମନୋଜ ସାହୁ, ଇଦିଶ ଭୂୟାଁ ଓ ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର