ବାଲିଅନ୍ତା: ସ୍ଥାନୀୟ ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବାଲିଅନ୍ତା ବ୍ଲକର ଉମାଦେଈ ବ୍ରହ୍ମପୁର ପଞ୍ଚାୟତରେ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି ପୂର୍ବାହ୍ନରେ ବାଲିଅନ୍ତା ପଞ୍ଚାୟତ ସମିତି ସଂଲଗ୍ନ ପୁରୀ ମୁଖ୍ୟ କେନାଲ ପାର୍ଶ୍ୱରେ ଥିବା ମହାତ୍ମାଗାନ୍ଧୀ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ପଞ୍ଚାୟତ ସମିତି ପ୍ରବେଶ ପଥରେ ଜୟଦେବ ଲୟର୍ସ ଆସୋସିଏସନର ବୈଠକ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଗୃହ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଂଜୁର ହୋଇଥିବା ସଂଗଠନର ଅନ୍ୟତମ ପ୍ରମୁଖ ସଦସ୍ୟ ତଥା ବାଲିପାଟଣା ପ୍ରେସ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଂଗଠନର ସଭାପତି ବିଭୂତି ଭୂଷଣ ମର୍ଦରାଜ ଓ ସଂପାଦକ ଭୁବନ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ସେହିପରି ଏହି ପଞ୍ଚାୟତର ଯଶୁଆପୁର ସ୍କୁଲ ନିକଟରେ ଥିବା ମହିଳା ସମିତି ଗୃହ, ମଙ୍ଗଳାମଣ୍ଡପ, ନୃସିଂହନାଥ ଦେବ ମନ୍ଦିର ପରିସରସ୍ଥ ମଣ୍ଡପ, ରୟତଶ୍ରୀରାମପୁରର ଅଳତା ଦେବୀ ମଣ୍ଡପର ଶିଳାନ୍ୟାସ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇ ବ୍ଲକର ସଭାପତିଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ଥିଲେ। ତେବେ ଆଞ୍ଚଳିକ ଉନ୍ନୟନ ହାତପାଣ୍ଠି ଅର୍ଥରେ ନିର୍ମାଣ ହେବାକୁ ଥିବା ସମସ୍ତ ପ୍ରକଳ୍ପରେ କେବଳ ବିଧାୟକଙ୍କୁ ଛାଡ଼ିଦେଲେ ଜିଲ୍ଲା ପରିଷଦ କିମ୍ବା ଅନ୍ୟ କୌଣସି ଜନ ପ୍ରତିନିଧିଙ୍କ ନାମ ଫଳକରେ ଲେଖା ନଥିବାରୁ ସାଂଗଠନିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଉମାଦେଈ ବ୍ରହ୍ମପୁର ପଞ୍ଚାୟତରେ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
/sambad/media/post_attachments/wp-content/uploads/2018/04/balianta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)