ସୁସ୍ଥଠୁ ଆକ୍ରାନ୍ତ ସଂଖ୍ୟା ବଢ଼ିଲା

ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାର ଟପିଲା, ୪୧୭ ଆକ୍ରାନ୍ତ, ୩୭୬ ସୁସ୍ଥ

ଭୁବନେଶ୍ବର : ରାଜଧାନୀରେ ଟିପିଆର୍‌ ୫% ରହିଥିଲେ ବି ଆଜି ହଠାତ୍ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ସୁସ୍ଥ ସଂଖ୍ୟା ଠାରୁ ଅଧିକ ହୋଇଯାଇଛି। ପ୍ରାୟ ତିନି ସପ୍ତାହ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ସୁସ୍ଥଙ୍କ ସଂଖ୍ୟା ତୁଳନାରେ ଅଧିକ ରହୁଥିବାବେଳେ ଆଜି ଏହା ବଢ଼ିଯାଇଛି। ଆଜି ୪୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାର ୨୨୨ରେ ପହଞ୍ଚିଛି। ସେହିପରି ୩୭୬ଜଣ ସୁସ୍ଥ ହୋଇଥିବାବେଳେ ୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ୪୫୦ରେ ପହଞ୍ଚିଛି। ଆଜି ଆଇଆର୍‌ସି ଭିଲେଜରୁ ୧୧ଜଣ, ଖଣ୍ଡଗିରିରୁ ୨୪, ବରମୁଣ୍ଡାରୁ ୧୨, ମଞ୍ଚେଶ୍ବରରୁ ୧୩, ନୂଆପଲ୍ଲୀରୁ ୧୫, ୟୁନିଟ-୬ରୁ ୧୨, ରସୁଲଗଡ଼ରୁ ୯, ଶୈଳଶ୍ରୀବିହାରରୁ ୧୨, ପଟିଆରୁ ୩୪, ସାମନ୍ତରାପୁରରୁ ୯, ପାତ୍ରପଡ଼ାରୁ ୧୫, ଚନ୍ଦ୍ରଶେଖରପୁରରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଘରୋଇ ହସ୍ପିଟାଲରେ ଆର୍‌ଟିପିସିଆର୍‌ ଟେଷ୍ଟ ବଢ଼ୁଛି
ଭୁବନେଶ୍ବର : ରାଜଧାନୀରେ ଦୈନିକ କୋଭିଡ୍‌ ପରୀକ୍ଷା ଏବେ ୮ହଜାର ଅତିକ୍ରମ କରିଛି। ମଙ୍ଗଳବାର ୮୨୪୬ଜଣଙ୍କର କୋଭିଡ୍‌ ପରୀକ୍ଷା ହୋଇଛି। ଏଥିରେ ୫୪୯୯ଜଣଙ୍କର ଆଣ୍ଟିଜେନ୍ ଏବଂ ୨୭୪୭ଜଣଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା ହୋଇଛି। ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସି ଏବେ ଆଣ୍ଟିଜେନ୍ ଟେଷ୍ଟିଂକୁ ଫୋକସ୍‌ କରୁଥିବାବେଳେ ସରକାରୀ ବ୍ୟବସ୍ଥାରେ ଆର୍‌ଟିପିସିଆର୍ ପରୀକ୍ଷା କଲେ ବିଳମ୍ବରେ ରିପୋର୍ଟ ମିଳୁଛି। ତେଣୁ ରାଜଧାନୀବାସୀ ଘରୋଇ ହସ୍ପିଟାଲରେ ପରୀକ୍ଷା କରୁଛନ୍ତି। ମଙ୍ଗଳବାର ମୋଟ୍ ୨୭୪୭ଜଣ ଆର୍‌ଟିପିସିଆର୍ ଟେଷ୍ଟ କରିଥିବାବେଳେ ଘରୋଇ ହସ୍ପିଟାଲରେ ୧୬୫୭ଜଣ, କ୍ୟାପିଟାଲ ହସ୍ପିଟାଲରେ ୩୧୩, ବିଏମ୍‌ସି କ୍ୟାମ୍ପ ଓ ମୋବାଇଲ୍‌ ଭ୍ୟାନ୍‌ରେ ୫୬୩, ପ୍ରାଥମିକ ଓ ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୨୫, ଏମ୍‌ସରେ ୮୯ଜଣ ଆର୍‌ଟିପିସିଆର୍ ଟେଷ୍ଟ କରିଛନ୍ତି। ସେହିପରି ମୋଟ୍ ୫୪୯୯ଜଣ ଆଣ୍ଟିଜେନ୍ ଟେଷ୍ଟ କରିଥିବାବେଳେ ଘରୋଇ ହସ୍ପିଟାଲରେ ମାତ୍ର ୬୭ଜଣ ଟେଷ୍ଟ କରିଛନ୍ତି। ବାକି ଟେଷ୍ଟ ସରକାରୀ ହସ୍ପିଟାଲରେ ହୋଇଛି।

ସମ୍ବନ୍ଧିତ ଖବର