ଭୁବନେଶ୍ୱର: ଗୁରୁକୁଳ ଗୀତାଞ୍ଜଳି ପକ୍ଷରୁ ‘ହିନ୍ଦୁସ୍ତାନୀ କ୍ଲାସିକାଲ୍ ମ୍ୟୁଜିକ୍’ କାର୍ଯ୍ୟକ୍ରମର ଉଦ୍ଯାପନୀ ସଂଧ୍ୟା ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ରାଗ-ଭୂପାଲିରେ ଧୃପଦ ପରିବେଷଣ କରିଥିଲେ। ପରେ ଶିବପ୍ରସାଦ, ସରନ୍ୟା, ସୁଚରିତା, ଦୁର୍ଗାଶ୍ରୀ, ରୋଜାଲିନ୍, ସଂଧ୍ୟା, ସନ୍ଦିପନା, ସଂପୂର୍ଣ୍ଣା, ଶିଳ୍ପା, ବିଦ୍ୟା, ଆର୍ଯ୍ୟା ମିଶ୍ର, ଜଗଧାତ୍ରୀ, ମମତା, ଅଳକା ପ୍ରମୁଖ ଶ୍ରୋତାଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ଭେଟି ଦେଇଥିଲେ। ପରେ ଅନୁଷ୍ଠାନର ସମ୍ପାଦକ ମନୋଜ ଦାସ ଏବଂ ଗୁରୁ ଚିତ୍ତରଞ୍ଜନ ପାଣି ସଂଙ୍ଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ସୀତାଂଶୁ, ଅଜୟ ଓ ଅରୂପ ସହଯୋଗ କରିଥିଲେ। ଏହି ଅବସରରେ ତବଲା ବାଦକ ପଣ୍ଡିତ ଉମେଶ କରଙ୍କୁ ‘ଗୁରୁକୁଳ ଗୀତାଞ୍ଜଳି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦାମୋଦର ହୋତା, ପୂର୍ବତନ ରାଷ୍ଟ୍ରଦୂତ ଅବସର ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥିତପ୍ରଜ୍ଞା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଉମେଶ କରଙ୍କୁ ‘ଗୁରୁକୁଳ ଗୀତାଞ୍ଜଳି ସମ୍ମାନ’
/sambad/media/post_attachments/wp-content/uploads/2018/09/m30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)